fbpx

ପଶୁ-ପକ୍ଷୀଙ୍କୁ ସ୍ବପ୍ନରେ ଦେଖୁଛନ୍ତି କି ? ଏଥିରୁ କେଉଁ ସଙ୍କେତ ମିଳେ, ସାପ ସ୍ବପ୍ନ ଦେଖିଲେ..

ନୂଆଦିଲ୍ଲୀ : ଶୋଇଲେ ସ୍ବପ୍ନ ଦେଖିବା ଏହା ସ୍ବାଭିବିକ କଥା । କିନ୍ତୁ ସ୍ବପ୍ନର ଅର୍ଥ ଆପଣ ଜାଣିଛନ୍ତି କି? କେଉଁ ସ୍ବପ୍ନ ଦେଖିଲେ ଏହାର ପ୍ରଭାବ କଣ ପଡେ ତାହା ସ୍ବପ୍ନ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଏହା ସହିତ ସ୍ୱପ୍ନର ଫଳାଫଳ ଏବଂ ଭବିଷ୍ୟତରେ ଘଟିବାକୁ ଥିବା ଶୁଭ ଏବଂ ଶୁଭ ଘଟଣାକୁ ମଧ୍ୟ ବର୍ଣ୍ଣନା କରାଯାଇଛି  । ତେବେ ଅନେକ କୁହନ୍ତି ସ୍ବପ୍ନରେ ପଶୁ, ପକ୍ଷୀ ଦେଖାଯାଉଛନ୍ତି । ତେବେ ଏହା ଶୁଭ ନା ଅଶୁଭ ଜାଣନ୍ତୁ ।

କୁହାଯାଏ ଯେ ସକାଳେ ଦେଖାଯାଇଥିବା ସ୍ୱପ୍ନ ସାକାର ହୁଏ । କିନ୍ତୁ ଯଦି ଦେଖିଥିବା ସ୍ବପ୍ନ ଭୟାନକ ହୋଇଥାଏ, ତେବେ ତାହା ଅଶୁଭ ଫଳ ପ୍ରଦାନ କରିବା ନେଇ କୌଣସି ପ୍ରମାଣ ନାହିଁ । ଅନ୍ୟପଟେ ଏହା ଭାବିବା ଠିକ ନୁହେଁ ଯେ, ଭଲ ସ୍ବପ୍ନ ଶୁଭଫଳ ପ୍ରଦାନ କରିବ । ସ୍ୱପ୍ନର ଅର୍ଥ ଏବଂ ପରିଣାମ ସ୍ୱପ୍ନ ଶାସ୍ତ୍ରରେ ବାଖ୍ୟା କରାଯାଇଛି । ସ୍ବପ୍ନ ଶାସ୍ତ୍ର ଅନୁସାରେ, ସ୍ବପ୍ନରେ ସିଂହ ଦେଖିବା ଦ୍ବାରା ଶୁଭ ବୋଲି ବିବେଚନା କରାଯାଇଥାଏ । ଏହା ଜୀବନରେ ଖୁସି ଆଣିପାରେ । କୋର୍ଟ ସମ୍ବନ୍ଧୀୟ କାମ ସବୁ ପୁରା ହେବ ଏବଂ ଶତ୍ରୁ ପରାଜୟ ହେବେ । ଯଦି ସ୍ୱପ୍ନରେ ଦୁଇଟି ସିଂହ କିମ୍ବା ଏକ ସିଂହିକୁ ଦେଖନ୍ତି ତେବେ ଏହା ଏକ ସୁଖୀ ଦାମ୍ପତ୍ୟ ଜୀବନର ସଙ୍କେତ ଅଟେ  । ଯଦି ଅବିବାହିତ ବ୍ୟକ୍ତିଙ୍କର ଏପରି ସ୍ୱପ୍ନ ଥାଏ, ତେବେ ସେ ଶୀଘ୍ର ବିବାହ କରିବେ ।

ସ୍ବପ୍ନଶାସ୍ତ୍ର ଅନୁଯାୟୀ, ଯଦି ସ୍ୱପ୍ନରେ ଏକ ମୟୂର ଦେଖାଯାଏ ତେବେ ଏହା ଅତ୍ୟନ୍ତ ଶୁଭ ଅଟେ । ଏହା ଧନ ଏବଂ ସମୃଦ୍ଧିର ସଙ୍କେତ ହୋଇପାରେ । ଯଦି ଜଣେ ବ୍ୟକ୍ତି ନିଜ ସ୍ୱପ୍ନରେ ଏକ ମୟୂର ଦେଖେ, ତେବେ ସେ ହଠାତ୍ ଆର୍ଥିକ ଲାଭ ପାଇଥାଏ  । ଶୁଭ ଖବର ମିଳିବାର ମଧ୍ୟ ସମ୍ଭାବନା ରହିଥାଏ । ଅନ୍ୟପଟେ ସ୍ବପ୍ନରେ ଯଦି ସାପ ଦେଖନ୍ତି ତେବେ ଏହା ଶୁଭ ଅଶୁଭ ଫଳ ପ୍ରଦାନ କରିଥାଏ । କଳା ସାପ ଫଣା ଟେକିବାର ଅର୍ଥ ଚାକିରିରେ ପଦନ୍ନୋତି ମିଳିପାରେ । ଇଚ୍ଛା ମୁତାବକ କାର୍ଯ୍ୟରେ ସଫଳତା ପାଇବେ । ସେହିପରି ସ୍ୱପ୍ନରେ ହାତୀ ଦେଖିବା ଅତ୍ୟନ୍ତ ଶୁଭ ଅଟେ  । ଜୀବନରେ ଧନ, ସମୃଦ୍ଧତା ଏବଂ ଖ୍ୟାତି ବୃଦ୍ଧିର ଏହା ଏକ ଶୁଭ ସଙ୍କେତ  । ଏହା ଲକ୍ଷ୍ମୀଙ୍କର ଆର୍ଶିବାଦ ବୋଲି ମଧ୍ୟ ବିବେଚନା କରାଯାଏ ।

Get real time updates directly on you device, subscribe now.