fbpx

ଫିଜିକ୍ସରେ ନୋବେଲ ପୁରସ୍କାର ପାଇଁ ଦୁଇ ବୈଜ୍ଞାନିକଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ଚଳିତ ବର୍ଷ ପାଇଁ ଫିଜିକ୍ସରେ ଦୁଇଜଣ ବୈଜ୍ଞାନିକଙ୍କ ନାମ ନୋବେଲ ପୁରସ୍କାର ନିମନ୍ତେ ଘୋଷଣା କରାଯାଇଛି । ଏନେଇ ରୟାଲ ସ୍ୱେଡିଶ ଆକାଡେମୀ ଅଫ୍ ସାଇନ୍ସ ତରଫରୁ ସୋସିଆଲ ମିଡ଼ିଆରେ ସୂଚନା ଜାରି କରାଯାଇଛି । ଜନ ଜେ.ହୋପଫିଲଡ ଓ ଜିଓଫ୍ରେ ଇ. ହିଣ୍ଟୋନ ୨୦୨୪ ମସିହା ପାଇଁ ଫିଜିକ୍ସରେ ନୋବେଲ ପୁରସ୍କାର ପାଇବେ । ଆର୍ଟିଫିସିଆଲ ନ୍ୟୁରାଲ ନେଟୱାର୍କ ସହ ଜଡ଼ିତ ଆବିଷ୍କାର ପାଇଁ ଏହି ଦୁଇ ବୈଜ୍ଞାନିକ ନୋବେଲ ପୁରସ୍କାର ନିମନ୍ତେ ଚୟନ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୭ ତାରିଖରେ ମେଡିସିନ ପାଇଁ ଦୁଇଜଣ ବୈଜ୍ଞାନିକଙ୍କ ନାମ ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା । ଆସନ୍ତାକାଲି କେମିଷ୍ଟ୍ରି ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯିବ । ଡିନାମାଇଟ ଉଦ୍ଭାବକ ଓ ବିଜିନେସ ମ୍ୟାନ ଆଲଫ୍ରେଡ ନୋବେଲଙ୍କ ନାମ ଅନୁସାରେ ଏହି ପୁରସ୍କାରର ନାମକରଣ କରାଯାଇଛି । ୧୯୦୧ ମସିହାଠାରୁ ବିଜ୍ଞାନ, ସାହିତ୍ୟ ଓ ଶାନ୍ତିରେ ନୋବେଲ ପୁରସ୍କାର ପ୍ରଦାନ କରାଯାଉଥିଲା । ପରବର୍ତ୍ତୀ ସମୟରେ ସେଥିରେ ଅର୍ଥନୀତିକୁ ସାମିଲ୍ କରାଯାଇଥିଲା ।

Get real time updates directly on you device, subscribe now.