fbpx

ସବୁଠି ଜଗିଛି ପୋଲିସ, ଶାନ୍ତି-ଶୃଙ୍ଖଳାରେ ସରିବ ପୂଜା: ଓଡ଼ିଶା ପୋଲିସର ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଟ୍ୱିନ ସିଟି କଟକ-ଭୁବନେଶ୍ୱରରେ ଦୁର୍ଗା ପୂଜା ପାଇଁ ଗହଳି ଆରମ୍ଭ ହୋଇଯାଇଛି । ତେବେ ଭିଡ଼ ନିୟନ୍ତ୍ରଣ ସହ ଗଣ୍ଡଗୋଳ ଏବଂ ସମସ୍ୟାକୁ ଏଡ଼ାଇବା ପାଇଁ ମଧ୍ୟ ପ୍ରସ୍ତୁତି କରିସାରିଛି ଓଡ଼ିଶା ପୋଲିସ । ଟ୍ୱିନ ସିଟିରେ ଶାନ୍ତି ଶୃଙ୍‌ଖଳା ବଜାୟ ରଖିବା ପାଇଁ ସ୍ଥାନେ ସ୍ଥାନେ ଜଗିବେ ପୋଲିସ କର୍ମୀ । ଏଥିପାଇଁ ବିଭିନ୍ନ ସ୍ଥାନରେ ପ୍‌ଲାଟୁନ ପ୍ଲାଟୁନ ପୋଲିସଙ୍କୁ ନିୟୋଜିତ କରାଯାଇଛି । କେବଳ କଟକ-ଭୁବନେଶ୍ୱର ପାଇଁ ୧୦୨ ପ୍ଲାଟଠୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଶାନ୍ତି ଶୃଙ୍ଖଳାର ସହିତ ପୂଜା ଶେଷ କରିବା ପାଇଁ କମିଶନରେଟ ପୋଳିସ ପକ୍ଷରୁ ବ୍ୟପକ ବନ୍ଦୋବସ୍ତ କରାଯାଇଛି । ସେଥିପାଇଁ କଟକରେ ୬୪ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଭୁବନେଶ୍ୱରରେ ୩୮ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଅପରାଧକୁ ନିୟନ୍ତ୍ରଣ କରିବା ପୋଲିସ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ହେବ । ତେଣୁ ଏହା ଉପରେ ବିଶେଷ ଗୁରୁତ୍ୱ ଦେଇଛି କମିଶନରେଟ ପୋଲିସ । ରାଜଦାନୀ ଭୁବନେଶ୍ୱରରେ ୧୮୭୮ ପେଣ୍ଡାଲ ହୋଇଥିବା ବେଳେ ଏଠାରେ ସମସ୍ତ ସ୍ଥାନରେ ମୋଟ ୩୮ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହେବେ । ଅନ୍ୟ ପକ୍ଷରେ ସିଲିଭର ସିଟି କଟକରେ ୧୬୬ଟି ମେଢ ପାଇଁ ୬୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

ତେବେ ୬ ପ୍ଲାଟୁନ୍ ସିଆରପିଏଫ, ୩ ପ୍ଲାଟୁନ୍ ରାପିଡ ଆକ୍ସନ ଫୋସଙ୍କ ମଧ୍ୟ ସୁରକ୍ଷା ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ୨୦୦ ଅଫିସରଙ୍‌କ ସହ ସିଏପିଏଫ ଫୋର୍ସ ମତୟନ କରାଯିବ । ତେବେ ଛିନତାଇ ମାମଲାରେ ରୋକିବା ପାଇଁ ସାଦା ପୋଷାକରେ ସ୍ୱତନ୍ତ୍ର ପୋଷାକ ପ୍ରହରା ଦେବା ନେଇ ନିଷ୍ପତ୍ତି ହୋଇଛି । ଏହାବ୍ୟତୀତ ପୂଜା ମଣ୍ଡପ ସିସିଟିଭି ସର୍ଭେଲାନ୍ସରେ ରଖାଯିବ ବୋଲି ପୋଲିସ କମିଶନର ପକ୍ଷରୁ ଜାଣିବାକୁ ମିଳିଛି ।

Get real time updates directly on you device, subscribe now.