fbpx

ରାଜ୍ୟ କୃଷି ବିଭାଗ ପକ୍ଷରୁ ସୂଚନା: ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ମାଗଣାରେ ହେବ ପିଏମ-କିଷାନ ଇ-କେୱାଇସି

ନୂଆଦିଲ୍ଲୀ: ପିଏମ-କିଷାନ ଯୋଜନାକୁ ନେଇ ଆସିଛି ଏକ ବଡ଼ ଖବର । ନଭେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ହିତାଧିକାରୀମାନେ ପିଏମ-କିଷାନ ଯୋଜନାର ଇ-କେୱାଇସି ମାଗଣାରେ କରିପାରିବେ । ଜନସେବା କେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ହେବ । ରାଜ୍ୟର ବହୁ ଚାଷୀ ଭାଉଭଉଣୀ ପିଏମ-କିଷାନ ଯୋଜନାରେ ପଞ୍ଜିକୃତ ହୋଇଥିବା ବେଳେ ସେମାନେ ନିଜର ଜମିଜମା ସମ୍ବନ୍ଧୀୟ ତଥ୍ୟ ଦାଖଲ କରିନାହାନ୍ତି । ସେହିପରି ଆଉ କିଛି ଚାଷୀ ଇ-କେୱାଇସି ଦାଖଲ କରିନଥିବା ଜଣାପଡ଼ିଛି । ଏଥିସହିତ ଆଉ କିଛି ଚାଷୀଙ୍କର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ ହୋଇନାହିଁ । ତେଣୁ ଏହି ସମସ୍ତ ସୁବିଧା ନଭେମ୍ବର ୮ ତାରିଖ ସୁଦ୍ଧା ଫି’ରେ ହୋଇପାରିବ ବୋଲି ରାଜ୍ୟ କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ଗସ୍ତ କରିବା ଅବସରରେ ସେଠାରେ ସେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପାଖାପାଖି ୯.୪ କୋଟି କୃଷକଙ୍କୁ ପାଖାପାଖି ପିଏମ-କିଷାନ ସମ୍ମାନ ନିଧି ଯୋଜନାର ୧୮ତମ କିସ୍ତି ଆକାରରେ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ । ଦେଶର କୋଟି କୋଟି କୃଷକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଓ ସେମାନଙ୍କୁ ବିକାଶ କ୍ଷେତ୍ରରେ ସାମିଲ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ଯୋଜନାର ଶୁଭାରମ୍ଭ କରିଥିଲେ ।

Get real time updates directly on you device, subscribe now.