fbpx

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର । ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର । ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କଲେ ଦମନ ଚଳଚ୍ଚିତ୍ରର ପ୍ରଯୋଜକ ଓ ୨ ନିର୍ଦ୍ଦେଶକ । ଫିଲ୍ମର ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କୁ ମିଳିଲା ଏହି ଜାତୀୟ ପୁରସ୍କାର । ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ମଧ୍ୟ ପୁରସ୍କୃତ ହୋଇଛଲ୍ତି ।

ଜାତୀୟ ଚଳଚ୍ଚିତ୍ର ପୁରଷ୍କାର ପ୍ରଦାନ ଉତ୍ସବରେ ମିଳିଲା ଏହି ସମ୍ମାନ । ସେପଟେ ମିଥୁନ ଚକ୍ରବର୍ତ୍ତୀ ପାଇଲେ ଦାଦା ସାହେବ ଫାଲକେ ପୁରସ୍କାର । ଭାରତୀୟ ସିନେମା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ମିଥୁନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆଜିର ୭୦ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ମିଥୁନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.