fbpx

RRB NTPC ଆବେଦନର ଅନ୍ତିମ ତାରିଖ ୧ ସପ୍ତାହ ବୃଦ୍ଧି ହେଲା: ପଦ ସଂଖ୍ୟା ସଂଶୋଧନ କରାଗଲା

ନୂଆଦିଲ୍ଲୀ: ରେଲୱେ ନିଯୁକ୍ତି ବୋର୍ଡ (ଆରଆରବି) ଏନଟିପିଟି ଆବେଦନକୁ ନେଇ ଆସିଛି ଏକ ବଡ଼ ଖବର । ଅଣ୍ଡର ଗ୍ରାଜୁଏଟ ସ୍ତରୀୟ ଏନଟିପିସି ନିଯୁକ୍ତି ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ନୋଟିସ୍ ଜାରି କରାଯାଇଛି । ଏହି ନୋଟିସ ଦିବ୍ୟାଙ୍କ ବର୍ଗରେ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ବେଶ୍ ଜରୁରୀ । ପର୍ସନ୍ସ ୱିଥ ବେଞ୍ଚମାର୍କ ଡିଜାବିଲିଟି (ପିଡବ୍ଲ୍ୟୁଡି) ବର୍ଗଙ୍କ ପାଇଁ ଖାଲି ପଦକୁ ସଂଶୋଧନ କରାଯାଇଛି । ଏଥିସହିତ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ଆବେଦନର ଅନ୍ତିମ ସପ୍ତାହ ଏକ ସପ୍ତାହ ବୃଦ୍ଧି କରାଯାଇଛି । ଏବେ ପ୍ରାର୍ଥୀମାନେ ଅକ୍ଟୋବର ୨୭ ସୁଦ୍ଧା ଆବେଦନ କରିପାରିବେ ଓ ଫିସ୍ ଜମା କରିବାର ଅନ୍ତିମ ତାରିଖ ଅକ୍ଟୋବର ୨୮ ରହିଛି । ୪୦ ପ୍ରତିଶତ ବିକଳାଙ୍ଗତା ଥିବା ପ୍ରାର୍ଥୀମାନେ ଏହି ଫାଇଦା ଉଠାଇ ପାରିବେ ।

ଦିବ୍ୟାଙ୍କ ବର୍ଗର ପ୍ରାର୍ଥୀମାନେ ଫର୍ମକୁ ଅକ୍ଟୋବର ୩୦ରୁ ନଭେମ୍ବର ୬ ମଧ୍ୟରେ ସଂଶୋଧନ କରିପାରିବେ । ତେବେ ଆକାଉଣ୍ଟ ଫର୍ମ ଓ ଚୟନ ହୋଇଥିବା ଆରଆରବି ବିକଳ୍ପରେ କୌଣସି ପରିବର୍ତ୍ତନ କରିହେବ ନାହିଁ । ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆବେଦନର ଅନ୍ତିମ ସୀମା ଅକ୍ଟୋବର ୨୦ ରହିବ । ଆରଆରବି ଏନଟିପିସି ଅଣ୍ଡର ଗ୍ରାଜୁଏଟ ସ୍ତରୀୟ ପରୀକ୍ଷା ପାଇଁ କମର୍ସିଆଲ କମ୍ ଟିକେଟ କ୍ଲର୍କର ୨୦୨୨ଟି ପଦ, ଟ୍ରେନ କ୍ଲକର ୭୨ଟି ପଦ, ଆକାଉଣ୍ଟସ କ୍ଲର୍କ କମ୍ ଟାଇପିଷ୍ଟର ୩୬୧ଟି ପଦ, ଜୁନିୟର କ୍ଲର୍କ କମ୍ ଟାଇପିଷ୍ଟର ୯୯୦ଟି ପଦ ପୂରଣ ହେବ । ମୋଟ ୩୪୪୫ଟି ପଦ ପୂରଣ ହେବ ।

Get real time updates directly on you device, subscribe now.