fbpx

RG Kar ମେଡିକାଲ ମାମଲାରେ ନୂଆ ମୋଡ଼: ୫୦ ଜଣ ଡାକ୍ତର ଏକା ସାଙ୍‌ଗରେ ଦେଲେ ଇସ୍ତଫା

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍‌କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା ଥମିବାର ନାଁ ଧରୁନି । ମେଡିକାଲ ବାହାରେ କନିଷ୍ଠ ଡାକ୍ତରଙ୍‌କ ଆନ୍ଦୋଳନ ଜାରି ରହିଥିବା ବେଳେ ମେଡିକାଲକୁ ଏକ ଶକ୍ତ ଝଟକା ଲାଗିଛି । ଆରଜି କର ମେଡିକାଲ କଲେଜର ୫୦ ଜଣ ବରିଷ୍ଠ ଡାକ୍ତର ସାମୂହିକ ଇସ୍ତଫା ପ୍ରଦାନ କରିଛନ୍ତି । ଜୁନିୟର ଡକ୍ଟର୍ସ ଫ୍ରଣ୍ଟ ମହିଳା ଡାକ୍ତରଙ୍କୁ ନ୍ୟାୟ ଦାବି ସହ କିଛି ବରିଷ୍ଠ ଅଧିକାରୀଙ୍କୁ ହଟାଇବା ପାଇଁ ଦାବି କରିଛନ୍ତି ଡାକ୍ତର । ଶନିବାରରୁ ଜୁନିୟର ଡାକ୍ତର ମହିଳା ସହକର୍ମୀଙ୍କ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି ।

ପୀଡ଼ିତାଙ୍କୁ ନ୍ୟାୟ ଦାବି କରିବା ସହ ରାଜ୍ୟର ସମସ୍ତ ହସ୍ପିଟାଳ ଏବଂ ମେଡିକାଲ କଲେଜ ପାଇଁ ଏକ କେନ୍ଦ୍ରୀୟ ରେଫରଲ ସିଷ୍ଟମ ସ୍ଥାପନା କରିବାକୁ ମଧ୍ୟ ଦାବି କରିଛନ୍ତି । ଏହାବ୍ୟତୀତ ଏକ ବେଡ୍ ଖାଲି ମନିଟରିଙ୍ଗ ସିଷ୍ଟମର କାର୍ଯ୍ୟକାରିତା ଏବଂ ମେଡିକାଲ ଗୁଡ଼ିକରେ ସିସିଟିଭି, ଅନ୍ କଲ୍ ରୁମ୍ ଏବଂ ୱାସରୁମ ପାଇଁ ମଧ୍ୟ ଆବଶ୍ୟକୀୟ ବ୍ୟବସ୍ଥା ନିମନ୍ତେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବାକୁ ସେମାନେ ଦାବି କରିଛନ୍ତି । ହସ୍ପିଟାଲରେ ପୋଲିସ ସୁରକ୍ଷା ବୃଦ୍ଧି, ସ୍ଥାୟୀ ମହିଳା ପୋଲିସକର୍ମୀଙ୍‌କ ନିଯୁକ୍ତି ଏବଂ ଡାକ୍ତର ତଥା ନର୍ସ କିମ୍ବା ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଖାଲି ପଦବୀରେ ନିଯୁକ୍ତି ପ୍ରକ୍ରିୟା ତୀବ୍ର କରିବାକୁ ଦାବି ହୋଇଛି ।

୫୦ ଜଣ ବରିଷ୍ଠ ଡାକ୍ତରଙ୍‌କ ଅଚାନକ ଇସ୍ତଫା ପ୍ରଦାନ କରିବାକୁ ନେଇ ସୂଚନା ଦେଇଛନ୍ତି ଆରଜି କର ମେଡିକାଲର ସିନିୟର ଡାକ୍ତର । ସେ କହିଛନ୍ତି ଯେ, ଆମ ପିଲାମାନଙ୍କୁ ରକ୍ଷା କରିବା ପାଇଁ ଏବଂ ସେମାନଙକ ସମସ୍ୟା ସମାଧାନ କରିବା ପାଇଁ ପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଏହାପୂର୍ବରୁ ଆଜି ପ୍ରାୟ ୧୫ ଜଣ ବରିଷ୍ଠ ଡାକ୍ତର କନିଷଠ ଡାକ୍ତରଙ୍କ ସମର୍ଥନରେ ସାଂକେତିକ ଅନଶନରେ ବସିଛନ୍ତି । କୋଲକାତାରେ ଦୁର୍ଗା ପୂଜା ଅବସରରେ ଜୁନିୟର ଡାକ୍ତର ମାନଙ୍‌କର ଏହି ଆନ୍ଦୋଳନ ଦେଖିବାକୁ ମିଳିଛି । ଏଭଳି କାଣ୍ଡ ପାଇଁ କୋଲକାତାରେ ଦୁର୍ଗା ପୂଜାର ମାହୋଲ ମଧ୍ୟ ପିକା ପଡ଼ିଛି ।

Get real time updates directly on you device, subscribe now.