fbpx

ମାତ୍ର ୭୪୯୯ ଟଙ୍କାରେ ପାଆନ୍ତୁ Smart TV: ପୂଜା ଉପଲକ୍ଷେ ମିଳିବ ବଡ଼ Discount, ଦେଖନ୍ତୁ ଲିଷ୍ଟ

ଓଡ଼ିଶା ଭାସ୍କର: ଫେଷ୍ଟିଭାଲ ସିଜନରେ ଗ୍ରାହକ ମାନଙ୍କ ପାଇଁ ଦମଦାର ଅଫର ଉପଲବ୍ଧ କରାଇଛନ୍ତି ବିଭିନ୍ନ କମ୍ପାନୀ । ବିଶେଷ କରି ଫ୍ଲିପକାର୍ଟ, ଆମାଜନ୍ ଭଳି ଇ-କମର୍ସ କମ୍ପାନୀ ଗ୍ରାହକଙ୍‌କ ବେଶ୍ ସୁନ୍ଦର ଅଫର ପ୍ରଦାନ କରିଛନ୍ତି । ଯେଉଁଥିରେ କମ୍ ଖର୍ଚ୍ଚରେ ଦାମୀ ଜିନିଷ କିଣିବାକୁ ସୁଯୋଗ ପାଇଛନ୍ତି ଗ୍ରାହକ । ଏହାଭିତରେ ହୋମ ଗ୍ରୋନ୍ ବ୍ରାଣ୍ଡ ର ସ୍ମାର୍ଟ ଟିଭି ଉପରେ ମଧ୍ୟ ବଡ଼ ରିହାତି ଘୋଷଣା ହୋଇଛି । ମାତ୍ର ୭,୪୯୯ ଟଙ୍କା ମୂଲ୍ୟରେେ ସ୍ମାର୍ଟ ଟିଭି ଘରକୁ କିଣିପାରିବେ ଗ୍ରାହକ । ଏହି ଫେଷ୍ଟିଭାଲ ସେଲରେ ଟିଭି ପାଇଁ ୪୫% ରୁ ୬୦% ରିହାତି ପାଇପାରିବେ ଗ୍ରାହକ । ଏହାସହିତ ଫ୍ଲିପକାର୍ଟ ଏହି ଟିଭି ପାଇଁ ବ୍ୟାଙ୍‌କ ଏବଂ ଏକ୍ସଚେଞ୍ଜ ରିହାତି ସହ ସୁପର କଏନ୍ସ ମଧ୍ୟ ପ୍ରଦାନ କରିଛି ।

  • Daiwa 32 inch HD Ready LED Smart Linux TV

    ଦାଇୱାର ଏହି ୩୨ ଇଞ୍ଚ ସ୍ମାର୍ଟ ଟିଭି ଫ୍ଲିପକାର୍ଟରେ ୫୮% ଡିସ୍କାଉଣ୍ଟରେ ଉପଲବ୍ଧ ରହିଛି । ଏହି ଡିସ୍କାଉଣ୍ଟ ପରେ ମାତ୍ର ୭,୪୯୯ ଟଙ୍କାରେ ବିକ୍ରି ହେଉଛି ଏହି ସ୍ମାର୍ଟ ଟିଭି । ଏହି ଟିଭି HD ରେଡି ପ୍ୟାନେଲ ସହ ରହିଛି ଏବଂ ଏଥିରେ ୬୦ଏଚଜେଡ ରିଫ୍ରେସ ରେଟ୍ ଉପଲବ୍ଧ ରହିଛି ।

  • Daiwa 43 inch Full HD LED Smart Linux TV

    ଦାଇୱାର ୪୩ ଇଞ୍ଚ ସ୍ମାର୍ଟ ଟିଭି ଫ୍ଲିପକାର୍ଟରେ ୪୯% ଡିସ୍କାଉଣ୍ଟ ପରେ ୧୩,୯୯୯ ଟଙ୍କାରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହୋଇଛି । ସାଉଣ୍ଡ ପାଇଁ ଏଥିରେ ୨୦ ୱାଟ୍ସ ଆଉଟପୁଟ ଏବଂ ଡଲବୀ ଅଡିଓ ଭଳି ଫିଚର୍ସ ମଧ୍ୟ ଦିଆଯାଇଛି । ଏଥିରେ ଗ୍ରାହକ ଇନ୍ ବିଲ୍ଟ ୱାଇ-ଫାଇ, ସ୍କ୍ରିମ ମିରରିଂ, କ୍ୱାଡ-କୋର ପ୍ରସେସର ମଧ୍ୟ ପାଇବେ ଗ୍ରାହକ ।

  • Daiwa 32 inch HD Ready LED Smart WebOS TV 2024

    ଫ୍ଲିପକାର୍ଟରେ ଦାଇୱାର ୩୨ ଇଞ୍ଚ ଏଚଡି ରେଡି ଟିଭି ୧୦,୯୯୯ ଟଙ୍କାରେ ବିକ୍ରି ପାଇଁ ଉପଲବ୍‌ଧ ରହିଛି । ଏହି ଟିଭି ୫୪% ଡିସ୍କାଉଣ୍ଟରେ ବିକ୍ରି କରାଯାଉଛି । ଏହି ଟିଭିରେ ମଧ୍ୟ ଅନେକ ଫିଚର ପାଇପାରିବେ ଗ୍ରାହକ । ସୁନ୍ଦର ଭ୍ୟୁ ଏବଂ ମଲ୍ଟିପଲ କନେକ୍ଟିଭିଟି ସୁବିଧା ମଧ୍ୟ ଏହି ଟିଭିରେ ଉପଲବ୍ଧ ହୋଇଛି ।

Get real time updates directly on you device, subscribe now.