fbpx

ମୁଖ୍ୟମନ୍ତ୍ରୀଙ୍କ ପୂଜା ଉପହାର: ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପବିତ୍ର ଦଶହରା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ରାଜ୍ୟର ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବୃଦ୍ଧି ପିଛିଲା ଭାବେ ଗତ ଜାନୁଆରୀ ପହିଲାରୁ ଲାଗୁ ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଏହି ନିଷ୍ପତ୍ତି ପରେ ଏବେ ରାଜ୍ୟର ହଜାର ହଜାର କର୍ମଚାରୀ ବିଶେଷ ଭାବେ ଉପକୃତ ହେବେ ।

ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସରକାରୀ କର୍ମଚାରୀଙ୍କ ମୃତ୍ୟୁ ତଥା ଅବସରକାରୀ କାଳୀନ ଗ୍ରାଚ୍ୟୁଟି (ଡିସିଆରଜି)କୁ ୧୫ ଲକ୍ଷରୁ ଏବେ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖଠାରୁ ଏହା ପିଛିଲା ଭାବେ ଲାଗୁ ହେବ । ରାଜ୍ୟର ବିଭିନ୍ନ ସେବା ସଂଗଠନମାନଙ୍କ ପକ୍ଷରୁ ଗ୍ରାଚୁଇଟି ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିଥିଲେ । ଏହାପରେ ରାଜ୍ୟ ସରକାରଙ୍କ ସେମାନଙ୍କର ଗୁହାରି ଶୁଣିଛନ୍ତି । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ଗତ ଜାନୁଆରୀ ପହିଲାଠାରୁ ସମସ୍ତ ସରକରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ (ପେନସନ) ନିୟମ ଅନୁସାରେ ମୃତ୍ୟୁ ତଥା ଅବସର କାଳୀନ ଗ୍ରାଚୁଇଟିକୁ ବୃଦ୍ଧି କରିଛନ୍ତି । ଏବେ ରାଜ୍ୟ ସରକାର ମଧ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଅନୁରୂପ ପଦକ୍ଷେପ ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.