fbpx

(Video) କାହିଁକି ଆସିଲାନି ‘ସୁଭଦ୍ରା’ର ୧ ଟଙ୍କା? ମିଳିବ ତ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା? ଜାଣି ରଖନ୍ତୁ ଉତ୍ତର

ଓଡ଼ିଶା ଭାସ୍କର: ଆସନ୍ତାକାଲି ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପାଇବେ ମହିଳା ହିତାଧିକାରୀ । ଏହାର ପରୀକ୍ଷଣ ଭାବରେ ସମସ୍ତଙ୍କ ଆକାଉଣ୍ଟକୁ ୧ ଟଙ୍କା ପଠାଇବା ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଦେବା ପୂର୍ବରୁ ୧ ଟଙ୍କା ଦେବା ନେଇ କୌଣସି ସୂଚନା ଦେଇନାହାନ୍ତି ସରକାର । ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପାଇଁ କୌଣସି ହିତାଧିକାରୀଙ୍କୁ ୧ ଟଙ୍କା ପଠାଯାଇ ନାହିଁ । ଏ ନେଇ ସୁଭଦ୍ରା ପୋର୍ଟାଲରେ ମଧ୍ୟ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି । ତେଣୁ ମିଥ୍ୟା ଗୁଜବରେ ବିଶ୍ୱାସ ନ କରିବା ପାଇଁ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସଚେତନ କରାଯାଇଛି । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସିବା ପୂର୍ବରୁ କାହିଁକି ଆସିଲାନି ୧ ଟଙ୍କା? ଆସନ୍ତୁ ଜାଣିବା…

ସୁଭଦ୍ରା ଯୋଜନାରେ ଏହା ମଧ୍ୟରେ ପଞ୍ଜିକରଣ ୧ କୋଟି ଛୁଇଁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଶୁଭାରମ୍ଭ କରାଯାଇଥିବା ଏହି ଯୁଗାନ୍ତକାରୀ ଯୋଜନାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ପଞ୍ଜିକୃତ ହୋଇଛନ୍ତି । ଆସନ୍ତା ୯ ତାରିଖ ମଧ୍ୟାହ୍ନ ୧୨ଟା ପୂର୍ବରୁ ହିତାଧିକାରୀଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚିବ । ଦ୍ୱିତୀୟ ପର୍ୟ୍ୟାୟ ପାଇଁ ଏଥର କିଛି ଲୋକଙ୍କ ପାଖକୁ ଏକ ଟଙ୍କା ଯାଇଥାଇପାରେ, କିଛି ଲୋକଙ୍କ ପାଖକୁ ଏକ ଟଙ୍କାରୁ ଅଧିକ ଯାଇଥାଇପାରେ ଓ ଆଉ କିଛି ଲୋକଙ୍କ ପାଖକୁ ଆଦୌ ଯାଇ ନଥାଇପାରେ । ତେଣୁ ଯେଉଁମାନେ କ୍ଲିୟର ଅଛନ୍ତି ସେମାନେ ଆଦୌ ବ୍ୟସ୍ତ ନ ହେବାକୁ ଶ୍ରୀମତୀ ପରିଡ଼ା କହିଛନ୍ତି ।

ରାଜ୍ୟ ସରକାରଙ୍କ ଜନାଭିମୁଖୀ ଯୋଜନା ‘ସୁଭଦ୍ରା’କୁ ନେଇ ଗତ କିଛିଦିନ ଧରି ରାଜ୍ୟରେ ଚର୍ଚ୍ଚା ଜାରି ରହିଛି । ତେବେ ହିତାଧିକାରୀଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇଥିବା ନେଇ କିଛି ମିଡ଼ିଆରେ ଖବର ପ୍ରକାଶ ପାଇଥିଲା । ମାତ୍ର ଏନେଇ ଆସିଛି ଏକ ବଡ଼ ଖବର । ହିତାଧିକାରୀଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇନାହିଁ । ସୋସିଆଲ ମିଡ଼ିଆରେ ପ୍ରସାରିତ ହେଉଥିବା ଖବରରେ ଭ୍ରମିତ ନହେବାକୁ କୁହାଯାଇଛି । ୧ ଟଙ୍କା ପଠାଯାଇଥିବା ଖବରକୁ ଖଣ୍ଡନ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସ୍ପଷ୍ଟିକରଣ ଜାରି କରାଯାଇଛି ।

Get real time updates directly on you device, subscribe now.