fbpx

UGC ପକ୍ଷରୁ ନୂଆ ପ୍ରୟାସ: ପ୍ରତିବର୍ଷ ଗୁରୁ ଦିବସରେ ଶ୍ରେଷ୍ଠ ଗବେଷଣାକୁ ମିଳିବ ‘PhD ଉତ୍କର୍ଷ ସମ୍ମାନ’

ନୂଆଦିଲ୍ଲୀ: ଦେଶର ଯୁବପୀଢ଼ିଙ୍କୁ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ନିଆରା ପ୍ରୟାସ ଆରମ୍ଭ କରିଛି । ଉଚ୍ଚମାନର ଗବେଷଣା କରୁଥିବା ଯୁବ ଗବେଷକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସମ୍ମାନିତ କରାଯିବ । ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଅବସରରେ ଶ୍ରେ ଗବେଷଣାକୁ ‘ପିଏଚଡି ଉତ୍କର୍ଷ ସମ୍ମାନ’ ପ୍ରଦାନ କରାଯିବ । ପ୍ରତିକ୍ଷେତ୍ରରୁ ୨ ଜଣଙ୍କୁ ଚୟନ କରାଯିବ ବୋଲି କୁହାଯାଇଛି । ଏଥିସହିତ ପ୍ରତିବର୍ଷ ଦେଶରୁ ବିଶ୍ୱବିଦ୍ୟାଳୟର ଟପ ୧୦ଟି ପିଏଚଡି ଥେସିସକୁ ଚୟନ କରାଯିବ ଓ ତାହାକୁ ପୁରସ୍କୃତ କରାଯିବ ବୋଲି କୁହାଯାଇଛି ।

ରାଷ୍ଟ୍ରୀୟ ନୂଆ ଶିକ୍ଷା ନୀତି (ଏନଇପି)- ୨୦୨୦କୁ ଧ୍ୟାନରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ୟୁଜିସି ପକ୍ଷରୁ ପିଏଚଡି ଏକ୍ସିଲେନ୍ସ ସମ୍ମାନକୁ ନେଇ ଗାଇଡଲାଇନ୍ସ ପ୍ରସ୍ତୁତ କରିଛି । ଏହାକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ ଓ ସାଧାରଣ ଜନତାଙ୍କୁ ଫିଡବ୍ୟାକ୍ ଗ୍ରହଣ କରାଯିବ । ଖୁବଶୀଘ୍ର ଏହାର ଗାଇଡଲାଇନ୍ସକୁ ସାର୍ବଜନିକ କରାଯିବ ବୋଲି କୁହାଯାଇଛି । ୟୁଜିସି ଅଧ୍ୟକ୍ଷ ଏମ. ଜଗଦୀଶ କୁମାର କହିଛନ୍ତି, ଏହି ପଦକ୍ଷେପ ବିଭିନ୍ନ ବିଷୟରେ ଉକ୍ରୃଷ୍ଟ ଡକ୍ଟରଲ ରିର୍ଚ୍ଚ କାର୍ଯ୍ୟକୁ ଏକ ସ୍ୱତନ୍ତ୍ର ପରିଚୟ ଦେବାରେ ସହାୟକ ହେବ । ନୂଆ ଜ୍ଞାନର ସୃଜନ ଓ ସନ୍ଧାନ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ନୂଆ କ୍ଷେତ୍ର ପ୍ରସ୍ତୁତ କରିବ । ସାରା ଦେଶର ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ରାଜ୍ୟ ବିଶ୍ୱବିଦ୍ୟାଳୟ, ଘରୋଇ ବିଶ୍ୱିଦ୍ୟାଳୟ ଓ ଡିମଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏଥିପାଇଁ ଯୋଗ୍ୟ ହେବେ । କେବଳ ବିଶ୍ୱବିଦ୍ୟାଳୟମାନେ ଏଥିରେ ଅଂଶଗ୍ରହଣ କରିପାରିବେ ବୋଲି ନିୟମ ରହିଛି ।

Get real time updates directly on you device, subscribe now.