fbpx

ଉଦ୍ଧାର ହେଲା ଏକ ଦୁର୍ଲ୍ଲଭ ପ୍ରଜାତିର କଇଁଛ! ଏହି ଜୀବକୁ ଦେଖିବାକୁ ଲୋକଙ୍କର ଭିଡ଼ ଜମିଲା

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱ ବକ୍ଷରୁ ଅନେକ ଜୀବଙ୍କ ପ୍ରଜାତି ଲୋପ ପାଇଯାଉଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ଏକ ଦୁର୍ଲ୍ଲଭ ପ୍ରଜାତିର କଇଁଛ ଉଦ୍ଧାର କରାଯାଇଛି । ଏହି କଇଁଛକୁ ଦେଖିବା ପରେ ଲୋକମାନେ ଚକିତ ହୋଇପଡ଼ିଥିଲେ । ପ୍ରକୃତରେ ଏହି କଇଁଛଟି ବାଲ୍ମିକୀନଗରରେ କେମିତି ପହଞ୍ଚିଲା ତାହାକୁ ନେଇ ସମସ୍ତ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ନେପାଳରୁ ଛଡ଼ା ଯାଇଥିବା ପାଣିରେ ଏହି କଇଁଛଟି ବାଲ୍ମିକୀନଗରରେ ଗଣ୍ଡକ ନଦୀରେ ପହଞ୍ଚି ଯାଇଥିଲା । ତା’ପରେ କଇଁଛଟି ସେଠାରୁ ରିହାଇଶୀ ଅଞ୍ଚଳରେ ପହଞ୍ଚି ଥିବା କୁହାଯାଉଛି ।

ଖବର ମୁତାବକ, ଭାରତ-ନେପାଳ ସୀମା ସ୍ଥିତ ବାଲ୍ମିକୀନଗର ପିପରାକୁଟ୍ଟୀ ମୋଡ଼ରେ ଗତ ୮ ତାରିଖ ଦିନ ଏକ ଦୁର୍ଲ୍ଲଭ ପ୍ରଜାତିର କଇଁଛକୁ ଦେଖିବାକୁ ମିଳିଥିଲା । ଏହି କଇଁଛର ବୈଜ୍ଞାନିକ ନାମ ନିଲସୋନିୟା ହରମ ବା ଗଙ୍ଗେଟିକ କୁହାଯାଉଛି । ଏହାକୁ ଇଣ୍ଡିଆନ ସଫ୍ଲଶେଲ ଟର୍ଟଲ ବା ଇଣ୍ଡିଆନ ପୀପକ ସଫ୍ଟଶେଲ ଟର୍ଟଲ କୁହାଯାଉଛି । ଏହା ଭାରତ, ବାଂଲାଦେଶ, ଆଫଗାନିସ୍ତାନ ଓ ପାକିସ୍ତାନରେ ଦେଖିବାକୁ ମିଳିଥାଏ । ଭାରତରେ ଅଧିକାଂଶ ନଦୀରେ ଦେଖାଯାଉଥିବା କଇଁଛ ବିଲୃପ୍ତ ହୋଇଯାଉଛନ୍ତି । ତେବେ ଏହି ବିରଳ କଇଁଛଟି ନେପାଳରୁ ବନ୍ୟା ପାଣିରେ ଆସି ଗଣ୍ଡକ ନଦୀରେ ପହଞ୍ଚିଥିବା କୁହାଯାଉଛି । ଏହି କଇଁଛକୁ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ଼ ଜମିଥିଲା । ଏହି କଇଁଛଟି ସଫ୍ଟ-ଶେଲ ପ୍ରଜାତିର ବୋଲି ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ (ଡବ୍ଲ୍ୟୁଟିଏଫ)ର ପ୍ରୋଜେକ୍ଟ ହେଡ୍ କହିଥିଲେ । ଏହି ଜୀବକୁ ସଠିକ୍ ଭାବେ ଯାଞ୍ଚ ପାଇଁ ଏବେ ଯାଞ୍ଚ ଜାରି କରିଥିବା ସେ କହିଥିଲେ ।

Get real time updates directly on you device, subscribe now.