fbpx

(Video) ଆସିଲା ସୁଭଦ୍ରା ଟଙ୍କା; ଆକାଉଣ୍ଟରେ Credit 5000, ଯେଉଁମାନେ ପାଇନାହାନ୍ତି ସେମାନଙ୍କୁ ଏହି ଦିନ ମିଳିବ..

ଭୁବନେଶ୍ବର(ଓଡିଶା ଭାସ୍କର): ମହିଳାଙ୍କୁ ଦଶହରା ଭେଟି ଦେଲେ ରାଜ୍ୟ ସରକାର । ଆଜି 35 ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଆସିଲା 5 ହଜାର ଟଙ୍କା । ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯାଇଛି । ଏନେଇ ବାରିପଦାର ଐତିହାସିକ ଛଉ ପଡିଆ ସଭାରୁ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅକ୍ଟୋବର 7 ତାରିଖ ଯାଏଁ ଯେଉଁ ମହିଳାମାନେ ଆବେଦନ କରିଥିଲେ, ସେମାନଙ୍କୁ ଆଜି 5 ହଜାର ଟଙ୍କା ମିଳିଛି । ପ୍ରାୟ 35 ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟରେ 5ହଜାର ଟଙ୍କା ଜମା ହୋଇଛି । ତେବେ ଦଶହରା ସମୟରେ ରାଜ୍ୟ ସରକାରଙ୍କ ଭେଟି ମହିଳାଙ୍କ ମୁହଁରେ ହସ ଫୁଟାଇଛି ।

ଏନେଇ ବାରିପଦାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି, ବର୍ତ୍ତମାନ ସୁଦ୍ଧା 1 କୋଟି 20 ହଜାରରୁ ଅଧିକ ମହିଳା ପଞ୍ଜିକରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଗି ଆରମ୍ଭ କରିଥିବା ସୁଭଦ୍ରା ଯୋଜନାରେ ଏତେ ସଂଖ୍ୟକ ମହିଳା ପଞ୍ଜିକରଣ କରିବା ଏକପ୍ରକାର ଉପଲବ୍ଧି । ପ୍ରଥମ ପର୍ଯ୍ୟାୟରେ 25 ଲକ୍ଷ 11 ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା । ଆଜି ଦ୍ବିତୀୟ ପର୍ଯ୍ୟାୟରେ 35 ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ପଠାଯାଇଛି । ସଂଧ୍ୟା ସୁଦ୍ଧା 60 ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଟଙ୍କା ଯିବ ।

Get real time updates directly on you device, subscribe now.