fbpx

UPI Lite ଟାଞ୍ଜାକସନ୍ ଲିମିଟ୍ ୧୦୦୦ ଟଙ୍କାକୁ ବୃଦ୍ଧି କଲା RBI: ୱାଲେଟ୍ ଲିମିଟ୍ ୫ ହଜାରକୁ ବୃଦ୍ଧି ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି । ୟୁପିଆଇ ଲାଇଟ୍ ପ୍ରତି ଟ୍ରାଞ୍ଜାକସନ ଲିମିଟ୍ ବୃଦ୍ଧି କରିଛି । ବର୍ତ୍ତମାନ ଏହି ଲିମିଟ୍ ୫୦୦ ଟଙ୍କା ରହିଥିବା ବେଳେ ଏବେ ତାହା ୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ୟୁପିଆଇ ଲାଇଟ ୱାଲେଟ୍ ସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଏହି ଲିମିଟ୍ ୨ ହଜାର ଟଙ୍କା ରହିଥିବା ବେଳେ ତାହାକୁ ୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ସେହିପରି ୟୁପିଆଇ ୧୨୩ପେ ପ୍ରତି ନେଣଦେଣ ସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି । ଏହି ସୀମାକୁ ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଟ୍ରାଞ୍ଜାକସନ ଲିମିଟ ବୃଦ୍ଧି ଘଟିବା ପରେ ୟୁଜର୍ସଙ୍କୁ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ସହଯୋଗ ମିଳିବ । ଆଜି ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ଆରବିଆଇ ଏହି ନିଷ୍ପତ୍ତି ନେଇଛି । ୟୁପିଆର ନିରନ୍ତର ଓ ଅନୁକୂଳ ଡିଜିଟାଲ ସେବା ମାଧ୍ୟମରେ ଭାରତର ଆର୍ଥିକ ଆଉଟଲୁକ୍ ବଦଳି ଯାଇଛି ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ।

Get real time updates directly on you device, subscribe now.