fbpx

(Video) ରାସନ କାର୍ଡ ନଥିଲେ ମିଳିବନି ‘ସୁଭଦ୍ରା’ ଟଙ୍କା! ଯୋଜନା ସହ କ’ଣ ରହିଛି ସମ୍ପର୍କ? ଜାଣନ୍ତୁ ଉତ୍ତର

ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନାରେ ଲକ୍ଷ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ପଠାଯାଇଛି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ଆହୁରି ଅନେକ ଲୋକ ଏଥିରେ ଟଙ୍କା ପାଇନାହାନ୍ତି । ତେବେ ଏହାଭିତରେ ଗୋଟିଏ କଥା ଶୁଣିବାକୁ ମିଳୁଛି ଯେ, ରାସନ କାର୍ଡ ନଥିଲେ ‘ସୁଭଦ୍ରା’ ଟଙ୍କା ମିଳିବ ନାହିଁ । ରାସନ କାର୍ଡ ଯାହାର ଅଛି ସେହି ମାନଙ୍କୁ ଟଙ୍କା ମିଳିବ । ଏବେ ସୁଭଦ୍ରା ଯୋଜନାକୁ ନେଇ ଲୋକେ ଏମିତି ସନ୍ଦେହରେ ରହିଛନ୍ତି । ଲୋକଙ୍କ ବିଭିନ୍ନ ପ୍ରଶ୍ନ ଭିତରେ ନିରୀହ ହିତାଧିକାରୀ ମାନେ ଭ୍ରମିତ ହୋଇ ଯାଉଛନ୍ତି । ଯାହାକୁ ନେଇ ଆଶା ଆଶଙ୍କାରେ ରହୁଛନ୍ତି କି ଟଙ୍କା ମିଳିବ କି ନାହିଁ ବୋଲି ।

ଆଜି ଲକ୍ଷ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସନ୍ଧ୍ୟା ସୁଦ୍ଧା ସମସ୍ତଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ବୋଲି ଜାଣିବାକୁ ମିଳିଛି । କିନ୍ତୁ ରାସନ କାର୍ଡ ନଥିଲେ ଟଙ୍କା ମିଳିବ କି ନାହିଁ ତାକୁ ନେଇ ଅନେକ ହିତାଧିକାରୀଙ୍କ ମନରେ ପ୍ରଶ୍ନ ଉଠିଛି । ଯେଉଁ ମାନଙ୍କର ରାସନ କାର୍ଡ ନାହିଁ ଏବଂ ଯେଉଁ ମାନଙ୍କର ରାସନ କାର୍ଡ ଅଛି ସମସ୍ତେ ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିଛନ୍ତି । ହେଲେ ଲୋକେ କହୁଛନ୍ତି ରାସନକାର୍ଡ ନଥିଲେ ଟଙ୍କା ମିଳିବ ନାହିଁ । ତେବେ ଏଠାରେ ଆମେ କହିବାକୁ ଚାହିଁବୁ କି ଏମିତି କିଛି ବି ସୁଭଦ୍ରା ନୟମରେ ବର୍ଣ୍ଣନା କରାଯାଇ ନାହିଁ ।

ରାସନ କାର୍ଡ ଏବଂ ସୁଭଦ୍ରା ଟଙ୍କା ମଧ୍ୟରେ କୌଣସି ସମ୍ପର୍କ ନାହିଁ । ଯଦି ଏମିତି ହୋଇଥାନ୍ତା ତାହାଲେ ୨୧ ବର୍ଷରୁ ଅଧିକା ହିତାଧିକାରୀ ପାଇ ପାରି ନଥାନ୍ତେ । ରାସନ କାର୍ଡ ନଥିଲେ ବିଲକୁଲ ବି ବ୍ୟସ୍ତ ହୁଅନ୍ତୁ ନାହିଁ । ରାସନ କାର୍ଡ ନଥିଲେ ବି ୫ ବର୍ଷ ପର୍ଯ୍ୟନ୍ତ ପାଇ ପାରିବେ ସୁଭଦ୍ରା ଟଙ୍କା । ଏଥିରେ କୌଣସି ଅସୁବିଧା ହେବ ନାହିଁ । ଯେଉଁ ମାନେ କହୁଛନ୍ତି ମିଳିବ ନାହିଁ ସେମାନେ ଭୁଲ କହୁଛନ୍ତି । ଆପଣଙ୍କର କେବଳ ଡିବିଟି ଏବଂ ଇ-କେୱାସି ସବୁ ଠିକ୍ ଥିବା ଦରକାର । ଠିକ୍ ଥିଲେ ହିଁ ସୁଭଦ୍ରା ଯୋଜନାର ଟଙ୍କା ଆସି ପାରିବ । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ହିତାଧିକାରୀ ପାଇଥିଲେ ସୁଭଦ୍ରା ଟଙ୍କା । ଏହା ପରେ ୪୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏବେ ମିଳିବାକୁ ଯାଉଛି ସୁଭଦ୍ରା ଟଙ୍କା ।

Get real time updates directly on you device, subscribe now.