fbpx

ସଲମାନ୍ ଖାନ୍‌ଙ୍କ ପାଇଁ ସମସ୍ୟା ପାଲଟିଲା ବିଗ୍ ବସ୍‌ର ‘ଗଧ’

ମୁମ୍ୱାଇ: ପିପୁଲ୍ ଫର୍ ଦ ଏଥିକାଲ୍ ଟ୍ରିଟମେଣ୍ଟ ଅଫ୍ ଆନିମଲ୍ସ (ପେଟା) ଇଣ୍ଡିଆ ବୁଧବାର ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ଏକ ଚିଠି ଲେଖିଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ସଲମାନ୍ ଖାନ୍ ଙ୍କୁ ‘ବିଗ୍ ବସ୍ ୧୮’ର ସେଟ୍ ରୁ ଗଧକୁ ହଟାଇବାକୁ ନିବେଦନ କରାଯାଇଛି । ଇମ୍ରାନଖାନଙ୍କୁ ପଠାଯାଇଥିବା ଏକ ଚିଠିରେ ପେଟା ଇଣ୍ଡିଆ ଗଧ ବ୍ୟବହାରକୁ ନେଇ ଚିନ୍ତା ପ୍ରକଟ କରିଛି । ରିୟାଲିଟି ସୋ’ ‘ବିଗ୍ ବସ୍ ୧୮’ର ୧୯ତମ ପ୍ରତିଯୋଗୀ ଭାବେ ‘ଗଧରାଜ’କୁ ଉପସ୍ଥାପିତ କରାଯାଇଛି ।

ସଲମାନ ଖାନଙ୍କୁ ଲେଖିଥିବା ଚିଠିରେ ପେଟା ଇଣ୍ଡିଆର ପ୍ରତିନିଧି ଶୌର୍ଯ୍ୟ ଅଗ୍ରୱାଲ କହିଛନ୍ତି ଯେ ସେ ନିଜର ପ୍ରଭାବ ବ୍ୟବହାର କରି ସୋ’ର ନିର୍ମାତାଙ୍କୁ ମନୋରଞ୍ଜନ ପାଇଁ ପଶୁମାନଙ୍କୁ ବ୍ୟବହାର ନ କରିବାକୁ ଅନୁରୋଧ କରିଛନ୍ତି । ଏହା ଦ୍ୱାରା କେବଳ ପଶୁ ଓ ଦର୍ଶକଙ୍କ ଉପରେ ଚାପ କମିବ ନାହିଁ, ବରଂ ଏକ ଦୃଢ଼ ଉଦାହରଣ ମଧ୍ୟ ସୃଷ୍ଟି ହେବ ।

Get real time updates directly on you device, subscribe now.