fbpx

ରତନ ଟାଟାଙ୍କୁ ମିଳିବ ଭାରତ ରତ୍ନ ! ମହାରାଷ୍ଟ୍ର କ୍ୟାବିନେଟରେ ମଞ୍ଜୁରି

ନୂଆଦିଲ୍ଲୀ: ରତନ ଟାଟାଙ୍କୁ ମିଳିବ ସର୍ବୋଚ୍ଚ ସମ୍ମାନ । ଏନେଇ ଦାବି ହୋଇ ଆସୁଥିବା ବେଳେ ମହାରାଷ୍ଟ୍ର କ୍ୟାବିନେଟରେ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଭାରତ ରତ୍ନ ପୁରସ୍କାର ନେଇ କେନ୍ଦ୍ରକୁ ନାମ ସୁପାରିସ କରିବା ପାଇଁ ମହାରାଷ୍ଟ୍ର କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି । ଏହାପରେ ବର୍ତ୍ତମାନ ଚୁଡାନ୍ତ ନିଷ୍ପତ୍ତି ନେବେ କେନ୍ଦ୍ର ସରକାର ।  ବୁଧବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା । ଏହାକୁ ନେଇ ପୁରା ଦେଶ ଶୋକ ପାଳନ କରୁଛି । ତେବେ ଟାଟାଙ୍କୁ ଭାରତ ରତ୍ନ ଦେବା ନେଇ ଅନେକ ଦାବି କରୁଥିବା ଦେଖାଯାଇଛି । ଶିବସେନା ମଧ୍ୟ ଦାବି କରୁଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି । ଏହା ପରେ ଦେଶର ଅନେକ ସ୍ଥାନରେ ଭାରତ ରତ୍ନକୁ ନେଇ ଦାବି କରାଯାଇଛି ।

ଭାରତ ରତ୍ନ କଣ- ଭାରତ ରତ୍ନ ହେଉଛି ସର୍ବୋଚ୍ଚ ନାଗରିକ ସମ୍ମାନ । ଏହି ପୁରସ୍କାର କୌଣସି କ୍ଷେତ୍ରରେ ମଧ୍ୟ ଅସାଧାରଣ ସେବା ପାଇଁ ପ୍ରଦାନ କରାଯାଇଥାଏ । ଜାତି, ବ୍ୟବସାୟ, ଲିଙ୍ଗର କୌଣସି ଭେଦଭାବ ଦେଖାଯାଏ ନାହିଁ । ଭାରତ ରତ୍ନର ସ୍ଥାପନା 1954ରେ ହୋଇଥିଲା । ପ୍ରଥମ ଭାରତ ରତ୍ନ ଚକ୍ରବର୍ତ୍ତି ରାଜଗୋପାଲାଚାରୀ ଏବଂ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ମିଳିଥିଲା । ପ୍ରଥମ ମହିଳାଭାବେ ଇନ୍ଦିରା ଗାନ୍ଧୀଙ୍କୁ ଭାରତ ରତ୍ନ ମିଳିଥିଲା । କହିରଖୁଛୁ କି, 86 ବର୍ଷ ବୟସରେ ରତନ ଟାଟା ମୁମ୍ବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ତାଙ୍କ ଦେହାନ୍ତ ହେତୁ ଦେଶରେ ଶୋକର ଲହରୀ ଖେଳିଯାଇଛି ।

Get real time updates directly on you device, subscribe now.