fbpx

(Photos) ଶେଷଯାତ୍ରାରେ ରତନ ଟାଟା… ଅନ୍ତିମ ଦର୍ଶନ ପାଇଁ ଲୋକଙ୍କ ଲମ୍ବା ଭିଡ଼

ଓଡ଼ିଶା ଭାସ୍କର: ସାରା ଭାରତ ପାଇଁ ଗୌରବ ଆଣିଥିବା ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକ ସମସ୍ତଙ୍କ ସ୍ତବ୍ଦ କରିଦେଇଛି । ରତନଙ୍କ ଦେହାନ୍ତରେ ଦେଶର ପ୍ରତ୍ୟେକ ନାଗରିକଙ୍କ ଆଖିରୁ ଅଶ୍ରୁ ଝରିଯାଇଛି । ଆଜି ପୂର୍ବାହ୍ନ ୧୦ଟା ସମୟରୁ ମୁମ୍ବାଇରେ ଭାରତର ଏହି ଅନମୋଲ୍ ‘ରତନ’ଙ୍କ ଶେଷ ଦର୍ଶନ କରୁଛନ୍ତି ଲୋକେ । ନରୀମନ ପଏଣ୍ଟର ରାଷ୍ଟ୍ରୀୟ ପ୍ରଦର୍ଶନ କଳା କେନ୍ଦ୍ରରେ ସମସ୍ତଙ୍କୁ ଶେଷ ଦର୍ଶନ ଦେଇ ରତନ ଟାଟା ଅନ୍ତିମ ଯାତ୍ରାରେ ବାହାରିଛନ୍ତି ।

Ratan Tata (1937-2024): Remembering the Indian Industrialist and Humanitarian

ଦେଶର ଗର୍ବ ଏବଂ ଗୌରବଙ୍କୁ ମୁମ୍ବାଇର ୱର୍ଲିରେ ଅନ୍ତିମ ସଂସ୍କାର ସହ ବିଦାୟ ଦେବ ଭାରତ । ସାରା ଭାରତ ପାଇଁ ଜଣେ ଯୋଗଜନ୍ମ ତଥା ଉଜ୍ଜଳମାନ ତାରକା ଥିଲେ ରତନ ଟାଟା । କିନ୍ତୁ ଆଜି ସେ ଶରୀର ତ୍ୟାଗ କରି ନିଜ ପ୍ରିୟର ଭାରତମାତାକୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି ।

ରତନ ଟାଟାଙ୍କ ଶେଷ ଦର୍ଶନ ପାଇଁ ସମସ୍ତଙ୍କ ପାଇଁ ଖୋଲା ରହିଛି ରାଷ୍ଟ୍ରୀୟ ପ୍ରଦର୍ଶନ କଳା କେନ୍ଦ୍ର । ଏଠାରେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ରତନ ଟାଟାଙ୍କୁ ଶେଷ ଥର ଦେଖିବା ପାଇଁ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏଠାରେ ପହଞ୍ଚିଛନ୍ତି ।

୮୬ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି ରତନ ଟାଟା । ଦେଶର ଅମୂଲ୍ୟ ରତ୍ନଙ୍କୁ ଶେଷ ଦର୍ଶନ କରିବା ପାଇଁ ବିଭିନ୍ନ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଆବାସରେ ପହଞ୍ଚିଛନ୍ତି । ଏଠାରୁ ଶେଷଯାତ୍ରା ଅଭିମୁଖେ ନିଆଯିବ ରତନ ଟାଟାଙ୍କ ପାର୍ଥିବ ଶରୀର ।

ଶ୍ରୀ ରତନ ଟାଟାଙ୍କ ଦେହାନ୍ତରେ ତାଙ୍କ ଶ୍ରଦ୍ଧାଞ୍ଜଳି ଜଣାଇବା ନିମନ୍ତେ ମେଡିକାଲରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀ ଦୀପକ କେସରକର ଏବଂ ଶିଳ୍ପପତି ମୁକେଶ ଅମ୍ବାନୀ ମଧ୍ୟ ମେଡିକାଲକୁ ଆସିଥିଲେ ।

ବିଶିଷ୍ଟ ଶିଳ୍ପପତିଙ୍କ ପରଲୋକରେ ରତନ ଟାଟାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ଭାରତ । ତେବେ ମହାରାଷ୍ଟ୍ର ସରକାର ସ୍ୱତନ୍ତ୍ର ଭାବରେ ଆଜି ରାଜ୍ୟରେ ଏକ ଦିବସୀୟ ଶୋକ ପାଇଁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ଯେ, ଆଜି (ଅକ୍ଟୋବର ୧୦) ମହାରାଷ୍ଟ୍ରର ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଅଧା ଝୁଲି ରହିବ । ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହାସହିତ ସାରା ରାଜ୍ୟରେ କୌଣସି ମନୋରଞ୍ଜ କାର୍ଯ୍ୟ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.