fbpx

ପ୍ରକାଶଙ୍କୁ ସୁଝୁନି କି ଦଳ ? ଦଳ ଡିଆଁ ଭିତରେ ଆଜି ବିଜେଡିକୁ କଲେ ବାଏ ବାଏ..

ଭୁବନେଶ୍ବର: ବିଜେଡି ଛାଡିଲେ ପ୍ରକାଶ ବେହେରା  ।  ଆଜି ଦଳ ଛାଡିଛନ୍ତି ପୂର୍ବତନ ବିଧାୟକ ପ୍ରକାଶ ବେହେରା । ସେ ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ତେବେ କେଉଁ କାରଣ ପାଇଁ ଦଳ ଛାଡିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ।

ଯଦି ଦେଖିବା ପ୍ରକାଶ ବେହେରାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି । ଗତ ନିର୍ବାଚନରେ କଟକ ବାରବାଟୀରୁ ପ୍ରାର୍ଥୀ ହୋଇଥିଲେ । ନିର୍ବାଚନ ପୂର୍ବରୁ ବିଜେଡିକୁ ଆସି ଟିକେଟ ହାତେଇଥିଲେ । 2014 ମସିହାରେ ସାଲେପୁରରୁ କଂଗ୍ରେସ ଟିକେଟରେ ଜିତିଥିଲେ । ତେବେ କଂଗ୍ରେସ ପରେ ବିଜେପିକୁ ଡେଇଁଥିଲେ, ପରେ ବିଜେଡିକୁ ଯାଇଥିଲେ ପ୍ରକାଶ । ତେବେ ସେ ବର୍ତ୍ତମାନ ପୁଣି ବିଜେପିକୁ ଯିବା ନେଇ ଚର୍ଚ୍ଚା ହେଉଛି ।

2014 ନିର୍ବାଚନରେ ପ୍ରକାଶ ବେହେରା ସାଲେପୁରରୁ କଂଗ୍ରେସ ଟିକେଟରେ ଲଢ଼ି ବିଜୟୀ ହୋଇଥିଲେ  ।  ଏହାପରେ 2019 ନିର୍ବାଚନରେ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । କିନ୍ତୁ ଏଥିରେ ସଫଳତା ପାଇପାରିନଥିଲେ । 2019ରେ ସେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ଠାରୁ ହାରିଥିଲେ ।

Get real time updates directly on you device, subscribe now.