fbpx

IRCTCରେ ନିଯୁକ୍ତି; ବିନା written testରେ ମିଳିବ ଚାକିରି, 2 ଲକ୍ଷ ଦରମା

ନୂଆଦିଲ୍ଲୀ: ଦଶହରରାରେ ଆଶାୟୀଙ୍କ ପାଇଁ ଖୁସି ଖବର ।  ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି)ରେ ବାହାରିଲା ନିଯୁକ୍ତି ସୁଯୋଗ । ଡେପୁଟି ଜେନେରାଲ ମ୍ୟାନେଜର ପାଇଁ ଚାକିରି ବାହାରିଥିବା ବେଳେ ଓ୍ବେବସାଇଟ irctc.com ରେ ଆବେଦନ କରିପାରିବେ ଆଶାୟୀ । ସମୁଦାୟ 2ଟି ପୋଷ୍ଟ ବାହାରିଥିବା ବେଳେ ଗୋଟିଏ ଦିଲ୍ଲୀ ଏବଂ ଅନ୍ୟଟି ମୁମ୍ବାଇ ପାଇଁ ବାହାରିଛି । ଆବେଦନର ଶେଷ ତାରିଖ ନଭେମ୍ବର 5 ରହିଛି ।

ତେବେ ଏହି ପୋଷ୍ଟରେ ଆବେଦନ କରିବାକୁ ହେଲେ ଆଶାୟୀଙ୍କୁ ଅନୁନ୍ୟ ସ୍ନାତକତ୍ତୋର ପାସ୍ କରିଥିଲେ । ସର୍ବାଧିକ 55 ବର୍ଷର ଆଶାୟୀ ମଧ୍ୟ ଏହି ଚାକିରି ପାଇଁ ଆବେଦନ କରିପାରିବେ । ତେବେ ଆବେଦନ ଶେଷ ହେବାପରେ ଇଣ୍ଟରଭ୍ୟୁ କରାଯାଇ ମନୋନିତ କରାଯିବ । ଏହାପରେ ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା, କମ୍ୟୁନିକେସନ ସ୍କିଲ ଦେଖାଯିବ । ଇଣ୍ଟରଭ୍ୟୁ ଦିନ ଡକ୍ୟୁମେଣ୍ଟ ମଧ୍ୟ ଭେରିଫିକେସନ କରାଯିବ । ମାଟ୍ରିକ ସାର୍ଟିଫିକେଟ, ପ୍ଲସ ଟୁ, ସ୍ନାତକ, ସ୍ନାତକତ୍ତୋର ମାର୍କସିଟର ଭେରିଫିକେସନ କରାଯିବ । ତେବେ ମନୋନିତ ହେବା ପରେ ଦରମା ମଧ୍ୟ ଅଧିକା ମିଳିବା ନେଇ ସୂଚନା ରହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ଘୋଷଣା କରାଯାଇ ନାହିଁ ।

Get real time updates directly on you device, subscribe now.