fbpx

ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ଶିଳ୍ପ ସମ୍ରାଟ ରତନ ଟାଟାଙ୍କର ହେଲା ଅନ୍ତିମ ସଂସ୍କାର, ଶେଷ ଯାତ୍ରାରେ ଜନସମୁଦ୍ର

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପର ପୂର୍ବତନ ମୁଖ୍ୟ ରତନ ଟାଟାଙ୍କର ଦେହାନ୍ତରେ ସ୍ତବ୍ଧ ସାରା ଦେଶ । ଆଜି 86 ବର୍ଷରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବାର୍ଦ୍ଧକ୍ୟ କାରଣରୁ ସେ ଗତ କିଛି ଦିନ ହେବ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ବୁଧବାର ବିଳମ୍ବିତ ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତେବେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରିଥିବା ବେଳେ ଆଜି ମୁମ୍ବାଇର ଓ୍ବାଲିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପାର୍ସୀ ରିତିନିତି ଅନୁସାରେ ତାଙ୍କର ଶେଷକୃତ୍ୟ କରାଯାଇଛି । ରାଷ୍ଟ୍ରୀୟ ମର୍ଯ୍ୟଦା ପରେ ରାଜକୀୟ ସମ୍ମାନ ସହିତ ତାଙ୍କୁ ବିଦାୟ ଦିଆଯାଇଛି ।

ଯଦି ପୌରାଣିକ କଥା ଦେଖିବା ତାହେଲେ ପାର୍ସୀ ଲୋକଙ୍କ ଶବଦାହ ହିନ୍ଦୁ, ମୁସଲିମ ଏବଂ ଖ୍ରୀଷ୍ଟିଆନମାନଙ୍କଠାରୁ ଭିନ୍ନ। ହିନ୍ଦୁମାନେ ଶବକୁ ଜାଳୁଥିବା ବେଳେ ମୁସଲିମ ଏବଂ ଖ୍ରୀଷ୍ଟିଆନଙ୍କ ଶବକୁ ପୋତି ଦେଇଥାନ୍ତି । ପାର୍ସୀ ଲୋକେ ଶବକୁ ଖୋଲାରେ ସୂର୍ଯ୍ୟ ଏବଂ ପକ୍ଷୀମାନଙ୍କ ପାଇଁ ଛଡାଯାଇଥାଏ। ଅର୍ଥାତ ଶବକୁ ଚିଲ ଏବଂ ଶାଗୁଣାଙ୍କୁ ଦିଆଯାଇଥାଏ। ବୌଦ୍ଧ ଧର୍ମର ଲୋକେ ଏହିପରି ଶବଦାହ କରିଥାଆନ୍ତି।

Get real time updates directly on you device, subscribe now.