fbpx

25-30 ବର୍ଷୀୟ ମହିଳାଙ୍କର କେତେ ଓଜନ ରହିବା ଠିକ୍? ଅଧିକ ଥିଲେ ହେବ….

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଖରାପ ଜୀବନଶୈଳୀ ଯୋଗୁଁ ଓଜନ ବୃଦ୍ଧି ପାଉଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, 20 ବର୍ଷରୁ ଅଧିକ ବୟସର ମହିଳାମାନଙ୍କର ଶରୀରର ଓଜନ ବୃଦ୍ଧି ପାଇଥାଏ । ବଡି ମାକ୍ସ ଇଣ୍ଡେକ୍ସ 1805ରୁ 24.9 ଭିତକେ ରହିବା ସଠିକ ବୋଲି ବିବେଚନା କରାଯାଇଥାଏ । ବିଏମଆଇ 30ରୁ ଅଧିକ ହେଲେ ମୋଟା ବୋଲି ବିବେଚନା କରାଯାଇଥାଏ ।

ତେବେ ବୟସ, ଉଚ୍ଚତା ଏବଂ ଲିଙ୍ଗକୁ ପାଥେୟ କରି ଓଜନ ସୀମା ନିର୍ଦ୍ଧାରଣ କରାଯାଇଥାଏ । କିଛି ଲୋକଙ୍କ କହିବା ଅନୁସାରେ, ଓଜନ ନିୟନ୍ତ୍ରଣ ରଖିବା ଦ୍ବାରା ଉଚ୍ଚରକ୍ତଚାପ, କୋରୋନାରୀ ଧମନୀ ରୋଗ, ଟାଇପ-2 ଡାଇବେଟିସ୍ ଏବଂ ହୃଦରୋଗର ଆଶଙ୍କା କମ୍ ରହିଥାଏ । ଶରୀରର ଓଜନ ଅଧିକ ହେଲେ ରୋଗ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥାଏ ବୋଲି କୁହାଯାଇଛି । ହେଲଦୀ ଡାଏଟ ଦ୍ବାରା ଓଜନକୁ ନିୟନ୍ତ୍ରଣ କରାଯାଇ ପାରିବ । ବୟକୁ ପାଥେୟ କରି ଦେଖିଲେ, 12ରୁ 14 ବର୍ଷ ମଧ୍ୟରେ ଓଜନ 32-36 କେଜି ରହିବା ସଠିକ ଅଟେ । ଅନ୍ୟପଟେ 15ରୁ 20 ବର୍ଷ ମଧ୍ୟରେ 45 କେଜି, 21ରୁ 30 ବର୍ଷ ମଧ୍ୟରେ 50-60 କେଜି, 31ରୁ 40 ବର୍ଷ ମଧ୍ୟରେ 60-65 ଏବଂ 41ରୁ 60 ବର୍ଷ ମଧ୍ୟରେ 59-63 କେଜି ସଠିକ ଅଟେ ।

Get real time updates directly on you device, subscribe now.