fbpx

(Video) ରାତିରେ ବାହାରେ ବୁଲୁଥିଲେ ସାବଧାନ! ପଛରୁ ଆସି ବେକ ଚିପି ଦେବେ ତଣ୍ଟି ଚିପା ଗ୍ୟାଙ୍ଗ, ତାପରେ..

ନୂଆଦିଲ୍ଲୀ: ଏବେ ରାଜଧାନୀରେ ଏକ ନୂଆ ଗ୍ୟାଙ୍ଗ ଆସିଛି । ଲୁଟିବା ପାଇଁ ପଛେ ପଛେ ଆସି ପ୍ରଥମେ ବେକ ଚିପିଦିଅନ୍ତି ପରେ ସାମଗ୍ରୀ ନେଇ ଚାଲିଯାଆନ୍ତି । ଲୋକମାନେ ଜୀବନ ବଞ୍ଚାଇବା ପାଇଁ ସବୁ ସାମଗ୍ରୀ ମଧ୍ୟ ଦେଇଦିଅନ୍ତି । ରାସ୍ତାରେ ଏକା ଚାଲୁଥିବା ଲୋକଙ୍କୁ ସେମାନେ ଟାର୍ଗେଟ କରନ୍ତି । ତେବେ ସେମାନେ କାହାରିକୁ ମଧ୍ୟ ଛାଡନ୍ତି ନାହିଁ । ଜଣଙ୍କ ପାଖରେ 100 ଟଙ୍କା ଥିଲେ ମଧ୍ୟ ସେମାନେ ସେତିକି ଆଦାୟ କରିବା ପାଇଁ ଟାର୍ଗେଟ କରୁଛନ୍ତି । ତେବେ ସେହି ସମୟର ଭୟାନକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅକ୍ଟୋବର 1 ତାରିଖ ବିଳମ୍ବିତ ରାତିରେ ଦିଲ୍ଲୀର ପାଲାମ ଅଞ୍ଚଳରେ ଜଣେ ଯୁବକଙ୍କୁ ପଛରୁ ଆସି କିଛି ଜଣ ଟାର୍ଗେଟ କରିଥିଲେ । ତାଙ୍କୁ ପଛପଟୁ ବେକକୁ କାଟି ହତ୍ୟା କରିଥିବା ମଧ୍ୟ ଭିଡିଓରେ ଦେଖାଯାଇଛି । ଏହାପରେ ତାଙ୍କଠାରୁ ବ୍ୟାଗ ଲୁଟି ନେଇ ଚାଲିଯାଇଥିଲେ । ମାତ୍ର 400 ଟଙ୍କା ପାଇଁ ଯୁବକଙ୍କର ଜୀବନ ଯାଇଥିଲା । ସିସିଟିଭିରେ ଦେଖାଯାଇଛି ଯେ, ଗ୍ୟାଙ୍ଗର ଲୋକମାନେ ଧୀରେ ଧୀରେ ଜଣେ ଯୁବକଙ୍କୁ ଗୋଡ଼ାଉଛନ୍ତି । ଏକ ନିଛାଟିଆ ସ୍ଥାନରେ ଜଣେ ଡକାୟତ ଅତି ଶୀଘ୍ର ଜଣେ ଯୁବକକୁ ପଛପଟୁ ଗଳା କାଟି ହତ୍ୟା କରିଥିଲା ​​ଏବଂ ତା’ପରେ ତାଙ୍କର ଅନ୍ୟ ସହଯୋଗୀମାନେ ଡକାୟତି କରିବା ପରେ ପଳାଇ ଯାଇଥିଲେ । ମାତ୍ର କିଛି ଟଙ୍କା ପାଇଁ ଏଭଳି ହତ୍ୟା କରାଯାଉଥିବା ନେଇ ଚିନ୍ତାରେ ରହିଛନ୍ତି ରାଜଧାନୀବାସୀ । ତେବେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.