fbpx

କୋଇଲା ଖଣିରେ ଅତର୍କିତ ଆକ୍ରମଣ, ଗୁଳିମାଡରେ 20ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପାକିସ୍ତାନର ବାଲୁଚିସ୍ତାନର ଏକ କୋଇଲା ଖଣି ଉପରେ ଅତର୍କିତ ଆକ୍ରମଣ । ତେବେ ଏହି ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା 20 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 7ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁବାର (ଅକ୍ଟୋବର 10) ବିଳମ୍ବିତ ରାତିରେ ଡୁକି ଜିଲ୍ଲାରେ ଏହି ଆକ୍ରମଣ ହୋଇଥିଲା । ବନ୍ଧୁକଧାରୀମାନେ ହଠାତ୍ ଆସି ଖଣି ନିକଟରେ ରହୁଥିବା ଲୋକଙ୍କ ଘରକୁ ଘେରି ରହିଥିଲେ ଏବଂ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୋଲିସର କହିବା ଅନୁସାରେ, ଖଣି ଉପରେ ରକେଟ ଏବଂ ଗ୍ରେନେଟ ମାଡ ମଧ୍ୟ କରାଯାଇଥିଲା ।

ଇସଲାମବାଦରେ ସୁରକ୍ଷା ସମ୍ମିଳନୀ ଆୟୋଜିତ ହେବାକୁ ଥିବା ବେଳେ ବେଲୁଚିସ୍ତାନରେ ଏହି ଆକ୍ରମଣ ଅନେର ଆଶଙ୍କା ସୃଷ୍ଟି କରିଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଆତଙ୍କବାଦୀ କାର୍ଯ୍ୟକଳାପ ହେତୁ ଦୀର୍ଘ ଦିନ ଧରି ବେଲୁଚିସ୍ତାନ ପ୍ରଦେଶରେ ଅସ୍ଥିରତା ଦେଖାଦେଇଥିଲା । ଏହାପୂର୍ବରୁ ସୋମବାର ଦିନ ପାକିସ୍ତାନର ସବୁଠୁ ବଡ ବିମାନବନ୍ଦର ବାହାରେ ଚୀନ୍ ନାଗରିକଙ୍କ ଉପରେ ଆକ୍ରମଣ ହୋଇଥିଲା ।

Get real time updates directly on you device, subscribe now.