fbpx

Happy Birthday Big B: ବର୍ଷକୁ 2 ଥର ଜନ୍ମଦିନ ପାଳନ୍ତି ଅମିତାଭ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ବଲିଉଡର ଭେଟେରାନ୍ ଅଭିନେତା ଅମିତାଭ ବଚ୍ଚନ । ଆଜି 82ବର୍ଷରେ ପାଦ ଥାପିଛନ୍ତି ବିଗବି । ଶେହେନ୍ସା, ଏଙ୍ଗ୍ରି ୟଙ୍ଗ ମେନ, ଶତାବ୍ଦୀର ମେଗାଷ୍ଟାର ଏବଂ ବିଗ୍ ବି ଭଳି ଅନେକ ନାମରେ ସେ ଜଣାଶୁଣା । ତେବେ 82 ବର୍ଷ ବୟସରେ ନାଁ କମିଛି ଅମିତାଭଙ୍କ କ୍ରେଜ ନା ଦେଖାଯାଇଛି ସ୍ବାସ୍ଥ୍ୟଗତ ସମସ୍ୟା । ଆଜି ବି ହିଟ୍ ଆଣ୍ଡ ଫିଟ୍ ଅମିତାଭ । ପାଞ୍ଚ ଦଶନ୍ଧି ଧରି ତାଙ୍କ କ୍ୟାରିଅରରେ ଅମିତାଭ ଭାରତୀୟ ସିନେମାକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଏତେ ଲମ୍ବା କ୍ୟାରିୟର ମଧ୍ୟରେ, ତାଙ୍କ ଜୀବନର ଅନେକ ଅଗଣିତ କାହାଣୀ ଅଛି । ତେବେ ଆପଣ ଜାଣିଛନ୍ତି କି ବିଗ ବି ତାଙ୍କ ଜନ୍ମଦିନ ବର୍ଷକୁ 2 ଥର ପାଳନ କରିଥାନ୍ତି ।

ବିଗ୍ ବି 11 ଅକ୍ଟୋବର 1942 ମସିହାରେ ଉତ୍ତରପ୍ରଦେଶ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ । ଆଜି ତାଙ୍କର ପ୍ରକୃତ ଜନ୍ମଦିନ ହୋଇଥିଲେ ମଧ୍ୟ ସେ ବର୍ଷକୁ 2 ଥର ସେଲିବ୍ରେସନ କରିଥାନ୍ତି । ଅଗଷ୍ଟ 2ରେ ଏବଂ ଅକ୍ଟୋବର 11 ଏହି ଦୁଇଦିନ ଜନ୍ମଦିନ ପାଳନ କରିଥାନ୍ତି ଅମିତାଭ । 1982 ମସିହାରେ ସେ କୁଲି ଚଳଚ୍ଚିତ୍ରର ସୁଟିଂ କରିବା ସମୟରେ ତାଙ୍କ ସହିତ ଏକ ବଡ ଦୁର୍ଘଟଣା ଘଟିଥିଲା । କିନ୍ତୁ ସେ ଏଥିରୁ ବର୍ତ୍ତି ଯାଇଥିଲେ । ବେଙ୍ଗାଲୁରୁରେ ସୁଟ୍ କରିବା ସମୟରେ ତାଙ୍କ ପେଟରେ ଏକ ଧାରୁଆ ଅସ୍ତ୍ର ବାଜି ଯାଇଥିଲା । ଏହାପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ମଧ୍ୟ ଆଶା ଛାଡି ଦେଇଥିଲେ । ତେବେ ସୌଭାଗ୍ୟବଶତଃ ତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିଥିଲା । ଅଗଷ୍ଟ 2 ତାରିଖରେ ଆଙ୍ଗୁଠି ହଲାଇବାରେ ସକ୍ଷମ ହୋଇଥିଲେ । ଏହି ଦିନ ତାଙ୍କର ପୁର୍ନଜନ୍ମ ହୋଇଥିବା ନେଇ ସେ ଭାବିଥିଲେ । ସେବେଠାରୁ ସେ ଅଗଷ୍ଟ 2 ତାରିଖରେ ମଧ୍ୟ ଜନ୍ମଦିନ ପାଳନ କରିଥାନ୍ତି ବିଗ୍ ବି । ହିନ୍ଦୁସ୍ଥାନ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଅମିତାଭ । ବର୍ତ୍ତମାନ ପ୍ରାୟ 5 ଦଶକ ଧରି ସେ ଫିଲ୍ମ ସହିତ ଯୋଡି ହୋଇ ରହିଛନ୍ତି । ତାଙ୍କ ଜନ୍ମଦିନକୁ ନେଇ ଫ୍ୟାନ୍ସମାନେ ମଧ୍ୟ ଅଧିକ ଉତ୍ସାହିତ ହୋଇ ରହିଛନ୍ତି । ବିଳମ୍ବିତ ରାତିରେ ବାସଭବନ ସାମ୍ନାରେ ଗହଳି ଜମାଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.