fbpx

ଆଶ୍ଚର୍ଯ୍ୟ! ଯୁବକଙ୍କର ପେଟରୁ ବାହାରିଲା ଜୀଅନ୍ତା ଅସରପା, ଅପରେସନ ବେଳେ ଡାକ୍ତର ଛାନିଆ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ସାମ୍ନାକୁ ଆସିଛି ଏକ ଅଜବ ଘଟଣା । ପେଟକୁ ବାହାରିଲା ଜୀଅନ୍ତା ଅସରପା । ଦିଲ୍ଲୀର ଏକ ବେସରକାରୀ ହସ୍ପିଟାଲରେ ଜଣେ 23 ବର୍ଷୀୟ ଯୁବତୀଙ୍କର ପେଟରୁ ଏକ ଜୀଅନ୍ତା ଅସରପାକୁ ବାହାର କରାଯାଇଛି । ଏଣ୍ଡୋସ୍କୋପି କରି ଏହାକୁ ବାହାରକୁ ଅଣାଯାଇଛି । ତେବେ ଛୋଟ ଅନ୍ତ ଭିତରୁ 3 ସେମିର ଜୀଅନ୍ତା ଅସରପାକୁ ଦେଖି ଡାକ୍ତର ମଧ୍ୟ ଛାନିଆ ହୋଇଯାଇଛନ୍ତି । ତେବେ ଖାଦ୍ୟ ହଜମ ଏବଂ ପେଟରେ ଯନ୍ତ୍ରଣା ହେଉଥିବା କହି ଡାକ୍ତରଙ୍କ ନିକଟକୁ ଆସିଥିଲେ । ତେବେ ଏହାପରେ ଏଣ୍ଡୋସ୍କୋପି କରାଇବା ସମୟରେ ତାଙ୍କ ଅନ୍ତରେ ଏକ ଜୀବିତ ଅସରପା ଦେଖାଯାଇଥିଲା ।

ତେବେ ଏହା ପରେ ବ୍ୟକ୍ତିଜଣକ କହିଛନ୍ତି ଯେ, ଛୋଟ ଅସରପା ମଧ୍ୟ ଜୀବନ ନେଇପାରେ । ତେଣୁ ସାବଧାନତାର ସହିତ ଚାଲିବା ଉଚିତ । ତେବେ ଏନେଇ ଡାକ୍ତର ଜଣକ କହିଛନ୍ତି, ଏଭଳି ହୋଇଥାଇପାରେ କି ବ୍ୟକ୍ତିଜଣକ ଖାଦ୍ୟ ଖାଇବା ସମୟରେ ହିଁ ଅସରପାକୁ ଗିଳି ଦେଇଥିବେ । ଅନ୍ୟପଟେ ବ୍ୟକ୍ତିଜଣକ ଶୋଇବା ସମୟରେ ଅସରପା ପାଟି ଦେଇ ପେଟକୁ ଯାଇଥାଇପାରେ ବୋଲି ସେ କହିଛନ୍ତି । ତେବେ ଏହା କେତେକ କ୍ଷେତ୍ରରେ ମୃତ୍ୟୁର କାରଣ ମଧ୍ୟ ସାଜିପାରେ ବୋଲି କୁହାଯାଇଛି । ତେବେ କୌଣସି ପ୍ରକାର ଯନ୍ତ୍ରଣା ହେଲେ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି କୁହାଯାଇଛି ।

Get real time updates directly on you device, subscribe now.