fbpx

ଗ୍ରାହକଙ୍କୁ ମୁକେଶ ଅମ୍ବାନୀଙ୍କ ଦଶହରା ଭେଟି ! ଦିନକୁ ମିଳିବ 2.5GB ଡାଟା, ଖର୍ଚ୍ଚ ମାତ୍ର……

ନୂଆଦିଲ୍ଲୀ: ସମସ୍ତେ ଜାଣନ୍ତି ଯେ, ରିଲାଏନ୍ସ ଜିଓ ସବୁଠାରୁ ବଡ ଟେଲିକମ୍ କମ୍ପାନୀ । ଏହାସହିତ ଅନେକ ଗ୍ରାହକ ଯୋଡି ହୋଇ ରହିଛନ୍ତି । ତେବେ ଜିଓ ନିଜ ଗ୍ରାହକମାନଙ୍କୁ ଅନେକ ରିଚାର୍ଜ ପ୍ଲାନ ଦେଇଥାଏ । ବର୍ତ୍ତମାନ ଜିଓରେ କମ୍ କିମ୍ବା ଅଧିକ ଅବଧିରେ ରିଚାର୍ଡ କରିବା ମଧ୍ୟ ସମ୍ଭବ ହେଉଛି । ପ୍ରତ୍ୟେକ ମାସରେ ନକରି ବର୍ଷକୁ କରିବାକୁ ହେଲେ ମଧ୍ୟ କମ୍ପାନୀ ବହୁତ ସାନଦାର ଅଫର ପ୍ରଦାନ କରୁଛି । ଥରେ ରିଚାର୍ଜ କଲେ ଆଉ 1 ବର୍ଷ ପର୍ଯ୍ୟନ୍ତ ଟେନସନ ରହିବ ନାହିଁ । ଏଥରେ ଗ୍ରାହକଙ୍କୁ ଅଧିକ ଡ଼ାଟା ପେକ୍ ମଧ୍ୟ ମିଳିବ । ଲୋକଙ୍କୁ ଭିନ୍ନ ଭିନ୍ନ ପ୍ରକାରର ରିଚାର୍ଜ ପ୍ଲାନ ପସନ୍ଦ ହେଉଥିଲେ ମଧ୍ୟ ବାର୍ଷିକ ପ୍ଲାନ ସବୁଠୁ ଉପଯୋଗୀ ବୋଲି କୁହାଯାଇଛି ।

ଜିଓର ଏକ ବର୍ଷିକିଆ ପ୍ଲାନ ରହିଛି । ଯାହାର ମୂଲ୍ୟ ମାତ୍ର 3 ହଜାର 599 ଟଙ୍କା । ଏହି ପ୍ଲାନର ବୈଧତା 365 ଦିନ ରହିଛି । ଏହି ପ୍ଲାନ ରିଚାର୍ଜ କଲେ ମୋବାଇଲର ଆଉ ଟେନସନ ରହିବ ନାହିଁ । ତେବେ ଏହି ପ୍ଲାନରେ 100 ଏସଏମଏସ ଏବଂ ଅନଲିମିଟେଡ୍ କଲିଂ ସୁବିଧା ରହିବ । ଗୋଟିଏ ବର୍ଷ ପାଇଁ ମୋଟ 912.5 ଜିବି ଡାଟା ମିଳିବ । ଅର୍ଥାତ ପ୍ରତିଦିନ 2.5 ଜିବି ଡାଟା ବ୍ୟବହାର କରିପାରିବେ । ଯଦି ମୋବାଇଲରେ 5ଜି ସପୋର୍ଟ କରିବ ତାହେଲେ ଅନଲିମିଟେଡ୍ 5ଜି ସେବା ମଧ୍ୟ ମିଳିବ । ତେବେ ଏହି ପ୍ଲାନରେ ଅନଲିମିଟେଡ୍ କଲ୍, ଡାଟା ସହିତ ଅନ୍ୟ ଫାଇଦା ମଧ୍ୟ ମିଳିବ । ଜିଓ ସିନେମାର ସବସ୍କ୍ରିପସନ ମଧ୍ୟ ପାଇପାରିବେ ।

Get real time updates directly on you device, subscribe now.