fbpx

Breaking: ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ, ରତନ ଟାଟାଙ୍କ ଦେହାନ୍ତ ପରେ ଦିଆଗଲା ଦାୟିତ୍ବ

ନୂଆଦିଲ୍ଲୀ: ଟାଟା ଟ୍ରଷ୍ଟକୁ ମିଳିଲା ନୂଆ ଅଧ୍ୟକ୍ଷ । ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ । ଦିବଙ୍ଗତ ରତନ ଟାଟାଙ୍କ ଦେହାନ୍ତ ପରେ ନୋଏଲ ଟାଟାଙ୍କୁ କାର୍ଯ୍ୟଭାର ଦିଆଯାଇଛି । ସର୍ବସମ୍ମତିରେ ଏହି ନିଷ୍ପତ୍ତି ନିଆଯାଇଛି । କହିରଖୁଛୁ କି, ଅକ୍ଟୋବର 9 ତାରିଖରେ ମୁମ୍ବାଇରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଶିଳ୍ପ ସମ୍ରାଟ । ତେବେ ସେ ବିବାହ କରିନଥିଲେ । ତେଣୁ ଉତ୍ତରାଧିକାରୀ କେହି ନଥିଲେ । ବର୍ତ୍ତମାନ ଟାଟା ଟ୍ରଷ୍ଟର ସମ୍ପୁର୍ଣ୍ଣ ଦାୟିତ୍ବ ନୋଏଲଙ୍କୁ ଦିଆଯାଇଛି ।

ଖବର ଅନୁସାରେ, ବୁଧବାର ରତନ ଟାଟାଙ୍କ ଦେହାନ୍ତ ପରେ ଆଜି ମୁମ୍ବାଇରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ରତନ ଟାଟାଙ୍କ ସାବତ ଭାଇ ନୋଏଲ୍ ଟାଟାଙ୍କୁ ଟାଟା ଟ୍ରଷ୍ଟର ନୂଆ ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି। ସଭାରେ ସମସ୍ତଙ୍କ ସହମତିରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ଅଧୀନରେ ନୋଏଲ୍ ଟାଟା ଗ୍ରୁପ୍ ର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଚାରିଟେବୁଲ୍ ଅନୁଷ୍ଠାନ ସାର୍ ରତନ ଟାଟା ଟ୍ରଷ୍ଟ ଏବଂ ସାର୍ ଦୋରାବଜୀ ଟାଟା ଟ୍ରଷ୍ଟର ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି । ସେ ପୂର୍ବରୁ ଏହି ସଂସ୍ଥାଗୁଡ଼ିକରେ ଟ୍ରଷ୍ଟି ଭାବରେ ଜଡିତ ଥିଲେ । ବର୍ତ୍ତମାନ ତାଙ୍କୁ ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି । ତାଙ୍କର ଏହି କ୍ଷେତ୍ରରେ 40 ବର୍ଷର ଅଭିଜ୍ଞତା ରହିଛି ।

Get real time updates directly on you device, subscribe now.