fbpx

(Video) କାହାକୁ ୪ର୍ଥ ବିବାହ କଲେ ସଞ୍ଜୁ ବାବା? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ପୁଣି ବିବାହ ବନ୍ଧନରେ ବାନ୍ଧି ହେଲେ ସଞ୍ଜୁ ବାବା । 65 ବର୍ଷ ବୟସରେ ସେ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ସତ୍ୟ । ଚତୁର୍ଥ ଥର ପାଇଁ ସାତଫେରା ନେଇଛନ୍ତି ଅଭିନେତା ସଞ୍ଜୟ ଦତ୍ତ । ତେବେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ହୋମ ଅଗ୍ନି ଚାରିପଟେ ସାତଫେରା ନେଉଥିବା ଦେଖାଯାଇଛି । ଏହାକୁ ନେଇ ୟୁଜର୍ସ ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ସଞ୍ଜୁ ଏକ ଯୁବତୀ ସହିତ ସାତଫେରା ନେଉଛନ୍ତି । ହୋମକୁଣ୍ଡରେ ନିଆଁ ଲାଗିଥିବା ବେଳେ ସେ ବଚ୍ଚନ ଦେଇ ଫେରା ନେଉଥିବା ଭିଡିଓ ଭାଇରାଲ ହେଉଛି । ତେବେ ଚତୁର୍ଥ ବିବାହ ଅନ୍ୟ କୌଣସି ଝିଅ ନୁହେଁ ବରଂ ତୃତୀୟ ସ୍ତ୍ରୀ ସହିତ ଚତୁର୍ଥ ବିବାହ କରିଛନ୍ତି । ନିଜ ସ୍ତ୍ରୀ ମାନ୍ୟତା ସହିତ ଅଗ୍ନିକୁ ସାଖି ରଖି ବିବାହ କରୁଥିବା ଦେଖାଯାଇଛି । ଭିଡିଓରେ ଦେଖାଯାଇଛି ଯେ, ସଞ୍ଜୟ ଦତ୍ତ କମଳା ରଙ୍ଗର ଏକ କୁର୍ତ୍ତା ସହିତ ପାଏଜାମା ପିନ୍ଧିଛନ୍ତି । ଗଳାରେ ଏକ ଗାମୁଛା ମଧ୍ୟ ପକାଇଛନ୍ତି । ମାନ୍ୟତା ଏକ ସାଲବାର ପିନ୍ଧିଥିବା ବେଳେ ଦୁହେଁ ହାତ ଧରାଧରି ହୋଇ ଫେରା ନେଉଥିବା ଦେଖାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଥରେ ବିବାହ କରିବା ପରେ ପୁଣିଥରେ କାହିଁକି ବିବାହ କଲେ ସଞ୍ଜୟ ଦତ୍ତ । ମିଡିଆ ରିପୋର୍ଟ ଅନୁସାରେ, ସଞ୍ଜୟ ଦତ୍ତ ତାଙ୍କ ବାସଭବନରୁ ରିନୋଭେଟ କରିଥିଲେ । ତେବେ ଏହା ସମ୍ପୁର୍ଣ୍ଣ ହେବା ପରେ ଦୁହେଁ ଘରେ ଏକ ପୂଜାର ଆୟୋଜନ କରିଥିଲେ । ନବରାତ୍ରରେ ସେମାନେ ଘର ପୂଜା କରିବା ସମୟରେ ସାତଫେରା ନେଇଥିଲେ ।

Get real time updates directly on you device, subscribe now.