fbpx

SSB ପକ୍ଷରୁ ଘୋଷଣା: ନଭେମ୍ବର ୧୭ରେ ହେବ PGT ଲିଖିତ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ (୪୮୮ ବର୍ଗ)ର ସ୍ନାତକୋତ୍ତ ଶିକ (ପିଜିଟି) ପଦ ପାଇଁ ଲିଖିତ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ନଭେମ୍ବର ମାସ ୧୭ ତାରିଖ (ରବିବାର) ଦିନ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ରାଜ୍ୟ ଚୟନ ବୋର୍ଡ (ଏସଏସବି) ଓଡ଼ିଶା ତରଫରୁ ଏକ ନୋଟିସ୍ ଜାରି କରି ଘୋଷଣା କରାଯାଇଛି । ବାଲେଶ୍ୱର, ବ୍ରହ୍ମପୁର, ଭବାନିପାଟଣା, ଭୁବନେଶ୍ୱର, କଟକ, ଜୟପୁର, କେଉଁଝର, ରାଉରକେଲା ଓ ସମ୍ବଲପୁର ଆଦି ନଅଟି ଜୋନରେ ଏହି ପରୀକ୍ଷା ହେବା ନେଇ ପ୍ରୋଗ୍ରାମ ଜାରି କରାଯାଇଛି ।

ତିନୋଟି ଶିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ଶିଫଟ ସକାଳ ୯ରୁ ୧୧ଟା ପର୍ଯ୍ୟନ୍ତ, ଦ୍ୱିତୀୟ ଶିଫ୍ଟ ମଧ୍ୟାହ୍ନ ୧୨ଟାରୁ ୨ଟା ପର୍ଯ୍ୟନ୍ତ ଓ ତୃତୀୟ ଶିଫ୍ଟ ଅପରାହ୍ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ନଭେମ୍ବର ୮ ତାରିଖରୁ ପ୍ରାର୍ଥୀମାନେ ଏସଏସସବି ୱେବସାଇଟରୁ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ପ୍ରଥମ ଶିଟିଂରେ ବାଣିଜ୍ୟ, ଶିକ୍ଷା, ଭୂଗୋଳ, ହିନ୍ଦି, ହୋମ ସାଇନ୍ତସ, ତେଲୁଗୁ, ଉର୍ଦୁ, ରାଜନୀତି ବିଜ୍ଞାନ ପରୀକ୍ଷା ହେବ । ଦ୍ୱିତୀୟ ଶିଫ୍ଟରେ ଇଂରାଜୀ ଓ ସଂସ୍କୃତ ପରୀକ୍ଷା ହେବ । ସେହିପରି ତୃତୀୟ ଶିଫ୍ଟ ବଟାନୀ, କେମିଷ୍ଟ୍ରି, ଅର୍ଥନୀତି, ଇତିହାସ, ଓଡ଼ିଆ ଫିକିକ୍ସ ଆଦି ପରୀକ୍ଷା ହେବ ।

ନୋଟିସ୍ ଲିଙ୍କ: https://ssbodisha.ac.in/wp-content/uploads/2024/10/Notice-regarding-Date-of-Written-Examination-and-Availability-of-Admit-Cards-PGT-2024.pdf

Get real time updates directly on you device, subscribe now.