fbpx

ବାଇକ୍ ଆରୋହୀଙ୍କୁ ଦେଖିଲେ କୁକୁର କାହିଁକି ଭୁକନ୍ତି: ଏହା ପଛର ବୈଜ୍ଞାନିକ କାରଣ କ’ଣ, ଏଥିରୁ ଆପଣମାନେ ବର୍ତ୍ତିବେ କିପରି?

ନୂଆଦିଲ୍ଲୀ: ଆପଣମାନେ ବାଇକ୍ ଚଳାଇ ଯାଉଥିବା ସମୟରେ ଅନେକ ସମୟରେ କୁକୁର ଭୁକିବା ସହ ଆପଣଙ୍କୁ ଗୋଡ଼ାଇଥାନ୍ତି । କୁକୁର ଗୋଡ଼ାଇବା କାରଣରୁ ଗାଡ଼ି ଚାଳନାରେ ଭାରସାମ୍ୟ ରକ୍ଷା କରି ନପାରି ଅନେକ ସମୟରେ ଦୁର୍ଘଟଣା ଘଟିଥାଏ । ଏହି କାରଣରୁ ଅନେକ ଯୁବକଙ୍କର ମୃତ୍ୟୁ ଘଟିଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି । ତେବେ କୁକୁରମାନେ ବାଇକ୍ ଆରୋହୀଙ୍କୁ ଦେଖିଲେ ଗୋଡ଼ାଇବା ପଛରେ କିଛି ବୈଜ୍ଞାନିକ ଓ ମନୋବୈଜ୍ଞାନିକ କାରଣ ରହିଛି ।

କୁକୁରମାନଙ୍କର ଶୁଙ୍ଘିବାର କ୍ଷମତା ଅତ୍ୟଧିକ ରହିଥିବାରୁ ଯେତେବେଳେ ଜଣେ ବାଇକ୍ ଆରୋହୀ ସେମାନଙ୍କ ନିକଟରେ ଯାଇଥାନ୍ତି ସେହି ସମୟରେ ଟାୟାରର ଗନ୍ଧକୁ ସେମାନେ ବାରି ନେଇଥାନ୍ତି । ସେଠାରେ ଆଉ ଏକ କୁକୁର ଥିବ ନେଇ ସେହି ଗନ୍ଧ ଉକ୍ତ କୁକୁରକୁ ସଙ୍କେତ ଦେଇଥାଏ । ସେଥିପାଇଁ ଉକ୍ତ ଗନ୍ଧ ପ୍ରତି ପ୍ରତିକ୍ରିୟା ପ୍ରକାଶ କରିବା ସହ ସେମାନେ ଭୁକିଥାନ୍ତି । ଏହି ବ୍ୟବସାର ସେମାନଙ୍କ ପାଇଁ ଏକ ପ୍ରକାର କ୍ଷେତ୍ରୀୟ ସଙ୍କେତ ହୋଇଥବା ବେଳେ ତାହା ସେମାନଙ୍କୁ ନିଜ ଅଞ୍ଚଳରେ ସୁରକ୍ଷା ପ୍ରଦାନ କରିଥାଏ ବୋଲି କୁହାଯାଏ ।

ସେହିପରି ଦ୍ରୁତ ଗତିରେ ଯାଉଥିବା ଜିନିଷ ପ୍ରତି କୁକୁରଙ୍କର ଆକର୍ଷଣ ରହିଥାଏ । ସେମାନେ ତାହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥାନ୍ତି । ତାହା ସେମାନଙ୍କ ମଧ୍ୟରେ ଉତ୍ସାହ ଓ ଉତ୍ତେଜନା ସୃଷ୍ଟି କରିଥାଏ । ଏଥିସହିତ କିଛି କୁକୁର ବାଇକର ଶବ୍ଦ ଓ ଗତିକୁ ଡରିଥାନ୍ତି । ତେଣୁ ବାଇକ୍ ଆସିବା ସେମାନଙ୍କ ପାଇଁ ଏକ ଭୟର ସଙ୍କେତ ଦେଇଥାଏ । ଏପରି ସ୍ଥିତିରେ ସେମାନେ ଭୁକି କରି ନିଜର ଭୟକୁ ବ୍ୟକ୍ତ କରିଥାନ୍ତି । ତେବେ ବିଭିନ୍ନ ପ୍ରଜାତିର କୁକୁରଙ୍କର ଭୁକିବା ଏକ ଅଭ୍ୟାସରେ ପରିଣତ ହୋଇଯାଇଥାଏ ।

କୁକୁର ଭୁକିଲେ ଆପଣମାନେ ସେହି ସମୟରେ ଗାଡ଼ିକୁ ଧୀର ଗତି ଦେଇପାରିବେ । ବାଇକ୍ ଚଳାଇବା ସମୟରେ କୁକୁର ଦେଖିଲେ ନିଜର ଡ୍ରାଇଭିଂ ଉପରେ ନିୟନ୍ତ୍ରଣ ରଖନ୍ତୁ । ଯଦି ସମ୍ଭବ ହୁଏ କୁକୁର ପ୍ରତି ସକାରାତ୍ମକ ବ୍ୟବହାର ପ୍ରଦର୍ଶନ କରନ୍ତୁ, ତାକୁ କିଛି ଖାଇବାକୁ ଦେଇ ପାରନ୍ତି ଅଥବା ସ୍ନେହ ଦେଇ ପାରନ୍ତି । ଏହା ଆପଣଙ୍କୁ କୁକୁରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

Get real time updates directly on you device, subscribe now.