fbpx

ସୁଭଦ୍ରା ଯୋଜନା ନେଇ ବଡ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ; ଟଙ୍କା ଆସିନଥିଲେ ଆସିବ ଫୋନ୍…

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବଡ ଅପଡେଟ୍ । ଟଙ୍କାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ ରହିଥିବା ବେଳେ ଆଜି ବଡ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଯଦି ସୁଭଦ୍ରା ଟଙ୍କା ଆସିନି ତେବେ ହିତାଧିକାରୀଙ୍କ ପାଖକୁ ଫୋନ କଲ୍ ଆସିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏହାସହିତ ବ୍ଲକସ୍ତରରେ ଯାଞ୍ଚ ହେବ, ଅଙ୍ଗନବାଡ଼ି କର୍ମୀ ଘରକୁ ଘର ଯିବେ ବୋଲି ସେ କହିଛନ୍ତି ।

ବଡ ଅପଡେଟ୍ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି, ସୁଭଦ୍ରା ଯୋଜନାରେ ଆବେଦନ କରିଥିବା ମହିଳାମାନଙ୍କର ଫର୍ମରେ ଯଦି କୌଣସି ତ୍ରୁଟି ଥାଏ ତାହାଲେ ସେମାନଙ୍କ ପାଖକୁ ଫୋନ୍ କଲ୍ ଆସିବ । ଯୋଗ୍ୟ ହିତାଧିକାରୀ ଥିବେ କିନ୍ତୁ ଟଙ୍କା ପାଇନଥିବେ ତାଙ୍କୁ କଲ୍ ଯିବ ବୋଲି ପ୍ରଭାତି ପରିଡା କହିଛନ୍ତି । ଆବେଦନରେ ତ୍ରୁଟି କିମ୍ବା କମି ଥିଲେ ଫୋନ ଯିବ ବୋଲି ସେ କହିଛନ୍ତି । ସୁଭଦ୍ରା ଯୋଜନାକୁ ନେଇ ହିତାଧିକାରୀଙ୍କ ମନରେ ଅନେକ ଦ୍ବନ୍ଦ ରହିଥିବା ବେଳେ ଆଜି ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା କିଛି ମାତ୍ରାରେ ଆଶ୍ବସ୍ତି ଦେଇଛି । ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟରେ ଟଙ୍କା ପଠାଯିବ ଏବଂ ଏହା ପୂର୍ବରୁ ତାରିଖ ଘୋଷଣା ହେଲେ ସୂଚନା ଦିଆଯିବ ବୋଲି ପ୍ରଭାତି ପରିଡା କହିଛନ୍ତି । ଆଜିଯାଏଁ 1 କୋଟି 60 ହଜାର ମହିଳା ଆବେଦନ କରିସାରିଲେଣି । ସେମାନଙ୍କ ମଧ୍ୟରୁ 1କୋଟିରୁ ଉର୍ଦ୍ଧ୍ବଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ । କୋଟିଏରୁ  ଶେଷ ହିତାଧିକାରୀ ଟଙ୍କା ପାଇବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.