fbpx

ନିର୍ମାଣ ଚାଲିଥିବା ବେଳେ ଅଚାନକ ଧସିଲା ମାଟି, ପ୍ରାଣ ହରାଇଲେ ୭ ଶ୍ରମିକ

ନୂଆଦିଲ୍ଲୀ: ଗୁଜରାଟରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ମେହସାଣାରେ ଆଜି ଏକ ନିର୍ମାଣ ସ୍ଥଳରେ ମାଟି ଧସିବା ଫଳରେ ୭ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଶ୍ରମିକମାନେ ଆଜି ଦ୍ୱିପ୍ରହର ସମୟରେ ଏକ ଫ୍ୟାକ୍ଟ୍ରିର ଭୂମିଗତ ଟ୍ୟାଙ୍କ ପାଇଁ ଗଭୀର ଗାତ ଖୋଳୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ମାଟି ଭିତରେ ଏବେ ବି କିଛି ଶ୍ରମିକ ଫସି ରହିଥିବା ଅନୁମାନ କରାଯାଉଛି । ମେହସାଣା ଜିଲ୍ଲାର ଜସାଲପୁରରେ ଏହି ଅଘଟଣ ଘଟିଥିଲା ।

ଖବର ପାଇଁ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ଓ ପୋଲିସ ଟିମ୍ ପହଞ୍ଚିଥିଲେ । ନିର୍ମାଣ ସାଇଟରେ କାର୍ଯ୍ୟ ଚାଲିଥିବା ବେଳେ ଅଚାନକ ମାଟି ଧସିଯିବା ଫଳରେ ଶ୍ରମିକମାନେ ପ୍ରାଣ ହରାଇଥିବା ପୋଲିସ ଇନ୍ସପେକ୍ଟର ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୩-୪ ଜଣ ଶ୍ରମିକ ମାଟି ଭିତରେ ଫସି ରହିଥିବା ଅନୁମାନ କରାଯାଉଛି । ଏକ ଘରୋଇ କମ୍ପାନୀ ଦ୍ୱାରା ଏହି ନିର୍ମାଣ କାର୍ଯ୍ୟ ଚାଲିଥିଲା । ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହଡ଼କମ୍ପ ମଚିଯାଇଥିଲା । ଏହି ଘଟଣା ପରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଏବେ ନିର୍ମାଣ ସ୍ଥଳରେ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.