fbpx

ମାତ୍ର ୩୯ ଟଙ୍କାରେ ଦମଦାର ପ୍ଲାନ୍ ଲଞ୍ଚ୍ କଲା Reliance Jio: ମିଳିବ ଏହିସବୁ ଫାଇଦା

ଓଡ଼ିଶା ଭାସ୍କର: ରିଲାଏନ୍ସ ଜିଓ ବର୍ତ୍ତମାନ ପୁଣିଥରେ ଗ୍ରାହକଙ୍କୁ ଆକର୍ଷଣ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ସେଥିପାଇଁ ଗୋଟିଏ ପରେ ଗୋଟିଏ ଶସ୍ତା ପ୍ଲାନ ଲଞ୍ଚ୍ କରୁଛି ଏହି ଟେଲିକମ୍ କମ୍ପାନୀ । ବର୍ତ୍ତମାନ ଗ୍ରାହକଙ୍କ ପାଇଁ ଏହିଭଳି ଏକ ଶସ୍ତା ଦମଦାର ରିଚାର୍ଜ ପ୍ଲାନ ଲଞ୍ଚ୍ ହୋଇଯାଇଛି । ୟୁଜରଙ୍କ ପାଇଁ ରିଲାଏନ୍ସ ଜିଓ ତରଫରୁ ଇଣ୍ଟରନେସନାଲ ରୋମିଙ୍ଗ ପାଇଁ ନୂଆ ପ୍ଲାନ ଲଞ୍ଚ କରିଛି । ମାତ୍ର ୩୯ ଟଙ୍କାରେ ଏହି ଫାଇଦାର ଲାଭ ଉଠାଇପାରିବେ ଜିଓ ଗ୍ରାହକ ।

ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଇଣ୍ଟରନେସନାଲ ରୋମିଙ୍ଗର ନୂଆ ପ୍ଲାନ୍ ଲଞ୍ଚ୍ କରିଛି । କମ୍ପାନୀର ଏହି ନୂଆ ପ୍ଲାନ ପ୍ରି-ପେଡ୍ ଏବଂ ପୋଷ୍ଟପେଡ୍ ସମସ୍ତ ୟୁଜରଙ୍କ ପାଇଁ ଉପଲବ୍ଧ ରହିଛି । ୨୧ଟି ଦେଶରେ ଖୁବ କମ୍ ମୂଲ୍ୟରେ ଟେଲିକମ୍ ସର୍ଭିସ ପ୍ରୋଭାଇଡରର କନେକ୍ଟିଭିଟି ମିଳିଥାଏ । କମ୍ପାନୀର ନୂଆ ପ୍ଲାନ୍ ମାତ୍ର ୩୯ ଟଙ୍କାରୁ ଆରମ୍ଭ ହୋଇଥାଏ । ତେବେ ଏହି ଇଣ୍ଟରନେସନାଲ ରୋମିଙ୍ଗ ପ୍ଲାନରେ ୟୁଜରଙ୍କୁ କେବଳ କଲିଙ୍ଗ ସୁବିଧା ମିଳିଥାଏ । ଏହାବ୍ୟତୀତ ମାତ୍ର କିଛି ସମୟ ପାଇଁ ୟୁଜରଙ୍କୁ ଏହି ପ୍ଲାନରେ କଲ୍ କରିବାର ସୁବିଧା ମିଳିପାରିବ । ତେବେ ୭ ଦିନ ଭ୍ୟାଲିଡିଟି ସହ ଏହି ପ୍ଲାନ ଲଞ୍ଚ୍ ହୋଇଥିବା ବେଳେ ଏଥିରେ କୌଣସି ଡାଟା ମଧ୍ୟ ମିଳି ପାରିବ ନାହିଁ ।

ତେବେ ଭିନ୍ନ ଦେଶରେ ଏହି ପ୍ଲାନରେ ୟୁଜର ଅଲଗା ଅଲଗା ମିନିଟ୍ ସୁବିଧା ପାଇପାରିବେ । ଆମେରିକା ଏବଂ କାନାଡ଼ାରେ ୩୯ ଟଙ୍କାର ରିଚାର୍ଜ କରି ୩୦ ମିନିଟ୍ ପାଇଁ ଇଣ୍ଟରନେସନାଲ କଲ୍ କରିବାର ସୁବିଧା ପାଇପାରିବେ ଗ୍ରାହକ । ସେହିପରି ବାଂଲାଦେଶରେ ୪୯ ଟଙ୍କାରେ କମ୍ପାନୀ ୨୦ ମିନିଟ ଅଫର କରିଥାଏ । ୫୯ ଟଙ୍କା ରିଚାର୍ଜ କଲେ ୟୁଜର ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର ଏବଂ ହଙ୍ଗକଙ୍ଗ ପାଇଁ ୧୫ ମିନିଟ କଲିଙ୍ଗ ସୁବିଧା ପାଇପାରିବେ । ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ୬୯ ଟଙ୍କାରେ ୧୫ ମିନିଟ କଲ୍ ସୁବିଧା ମିଳୁଥିବା ବେଳେ ବ୍ରିଟେନ୍, ଜର୍ମାନୀ, ଫ୍ରାନ୍ସ ଏବଂ ସ୍ପେନରେ ୭୯ ଟଙ୍କା ଖର୍ଚ୍ଚରେ ୧୦ ମିନିଟ ମିଳିଥାଏ ।

Get real time updates directly on you device, subscribe now.