fbpx

ଶିକ୍ଷକଙ୍କ ବିଚିତ୍ର ନୀତି! କ୍ଲାସ୍ ଚାଲିଥିବା ବେଳେ ଶୌଚାଳୟ ନଗଲେ ମିଳୁଛି ଅତିରିକ୍ତ ମାର୍କ, ସପ୍ତାହକୁ ଥରେ ଟଏଲେଟ୍ ଅନୁମତି

ନୂଆଦିଲ୍ଲୀ: ବିଭିନ୍ନ ଦେଶର ବିଭିନ୍ନ ରାଜ୍ୟରେ ସ୍କୁଲମାନଙ୍କରେ ଭିନ୍ନ ଭିନ୍ନ ନିୟମ ରହିଛି । ଅନେକ ସମୟରେ ସ୍କୁଲମାନଙ୍କରେ ଛାତ୍ରଛାତ୍ରୀଙ୍କ ୟୁନିଫର୍ମକୁ ନେଇ କିଛି କଠୋର ନିୟମ ଲାଗୁ ହୋଇଥାଏ । ତେବେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଜଣେ ଶିକ୍ଷକଙ୍କ ଏକ ଅଜବ କାରନାମା । କ୍ଲାସ୍ ଚାଲିଥିବା ସମୟରେ ଶୋଚାଳୟ ନଗଲେ ଛାତ୍ରଛାତ୍ରୀଙ୍କୁ ଅଧିକ ମାକ୍ ମିଳୁଛି । କେବଳ ସେତିକି ନୁହେଁ, ସମ୍ପୃକ୍ତ ଶିକ୍ଷକଙ୍କ କ୍ଲାସ ଚାଲିଥିବା ବେଳେ ପିଲାମାନେ ସପ୍ତାହକୁ କେବଳ ଥରେ ମାତ୍ର ଶୋଚାଳୟ ଯାଇ ପାରିବେ ବୋଲି ନିୟମ ରହିଛି ।

ଖବର ମୁତାବକ, କାଲିଫର୍ଣ୍ଣିଆରେ ଜଣେ ଶିକ୍ଷକଙ୍କ ଅଜବ ନୀତି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଶିକ୍ଷକଙ୍କର ଏହି ନୀତିକୁ ନେଇ ଜଣେ ମହିଳା ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେୟାର କରିବା ପରେ ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ତାଙ୍କ ଝିଅର ଗଣିତ ଶିକ୍ଷକ ଏପରି ଅଜବ ଶୌଚାଳୟ ନିୟମ ରଖିଥିବା ମହିଳା ଜଣଙ୍କ କହିଛନ୍ତି । କ୍ଲାସ ଚାଲିଥିବା ସମୟରେ ପିଲାମାନେ ସପ୍ତାହକୁ କେବଳ ଥରେ ଟଏଲେଟ୍ ଯାଇପାରିବେ ବୋଲି ସେମାନଙ୍କୁ ପାସ୍ ଦିଆଯାଇଛି ।

ପିଲାମାନେ ଯଦି ଏହି ଗୋଟିଏ ଥରର ଶୌଚାଳୟ ଯିବା ସୁବିଧାର ଫାଇଦା ନ ଉଠାଇବେ ତେବେ ସେମାନଙ୍କୁ ଅଧିକ ମାର୍କ ଦିଆଯାଇଥାଏ । ଏହି ଘଟଣା ବିଷୟରେ ଜାଣିବା ପରେ ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ହେବା ସହ ଝିଅର ଶିକ୍ଷକ, ସ୍କୁଲ ଅଧ୍ୟକ୍ଷଙ୍କୁ ଇ-ମେଲ ପଠାଇବେ ବୋଲି କହିଥିଲେ । ସେହିପରି ଆଉ ଜଣେ ଛାତ୍ରୀଙ୍କର ମା’ ମଧ୍ୟ ଏଭଳି ପରିସ୍ଥିତିର ସାମ୍ନା କରିଥିବା କହିଛନ୍ତି । ସମାନ ଶିକ୍ଷକ ତାଙ୍କ ଝିଅକୁ କ୍ଲାସର ଶେଷ ୩୦ ମିନିଟ ପର୍ଯ୍ୟନ୍ତ ପରିସ୍ରା ରୋକିବାକୁ ବାଧ୍ୟ କରିଥିବା ସେ କହିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନେକ ୟୁଜର୍ସ ଦାବି କରିଛନ୍ତି । ଏଭଳି ନିୟମ ଦ୍ୱାରା ପିଲାମାନେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବେ ବୋଲି ଅଭିଭାବକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.