fbpx

(Video) ଦୀପାବଳିରେ ମିଳିବ ‘ସୁଭଦ୍ରା’ ଟଙ୍କା! ତୃତୀୟ ପର୍ଯ୍ୟାୟରେ ହିତାଧିକାରୀଙ୍କୁ ୫୦୦୦ ଦେବେ ସରକାର

ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନାରେ ୨ଟି ପର୍ୟ୍ୟାୟରେ ପ୍ରାୟ ୬୦ ଲକ୍ଷରୁ ଅଧିକ ମହିଳା ହିତାଧିକାରୀଙ୍କୁ ଟଙ୍କା ପଠାଯାଇଛି । ତେବେ ଅଧିକାଂଶ ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରୁ ବଞ୍ଚିତ ରହିଛନ୍ତି । ସୁଭଦ୍ରା ଯୋଜନାରେ ବର୍ତମାନ ସୁଦ୍ଧା କୋଟିଏରୁ ଉଦ୍ଧ୍ୱର୍ ମହିଳା ଆବେଦନ କରିସାରିଛନ୍ତି । ଅନେକଙ୍କୁ ଟଙ୍କା ମିଳିଥିବା ବେଳେ ଏବେ ବି ଅନେକ ମହିଳା ଟଙ୍କା ପାଇବାରୁ ବଂଚିତ ରହିଛନ୍ତି । ତେଣୁ ବାକି ମହିଳାଙ୍କୁ ତୃତୀୟ ପର୍ଯ୍ୟାୟରେ ଏହି ଟଙ୍କା ପଠାଇବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଗତ ୯ ତାରିଖରେ ୩୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇଛି । ସେହିପରି ପ୍ରଥମ ପର୍ଯ୍ୟାୟରେ ମଧ୍ୟ ୨୫ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିଥିଲେ ମୋହନ ସରକାର ।

ଦୁର୍ଗା ପୂଜାରେ ରାଜ୍ୟର ୩୫ ଲକ୍ଷ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦେଇସାରିବା ପରେ ଦୀପାବଳିରେ ତୃତୀୟ ପର୍ଯ୍ୟାୟ ଟଙ୍କା ଦେଇପାରନ୍ତି ସରକାର । ତେବେ ଏ ନେଇ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇନାହିଁ । ତେବେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପଠାଇବା ପରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତୃତୀୟ ପର୍ଯ୍ୟାୟ ଟଙ୍କାକୁ ନେଇ ବଡ଼ ଘୋଷଣା କରିଥିଲେ । ଖୁବଶୀଘ୍ର ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ ବୋଲି କହିଥିଲେ ଉପ-ମୁଖ୍ୟମନ୍ତ୍ରୀ । ତେବେ ଦୁର୍ଗାପୂଜାରେ ମହିଳାଙ୍କୁ ସମ୍ମାନ ଜଣାଇ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଦେଇଥିବା ବେଳେ ମା’ କାଳୀଙ୍କ ଆଗମନରେ ତୃତୀୟ ପର୍ଯ୍ୟାୟ ଟଙ୍କା ଦିଆଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।

Get real time updates directly on you device, subscribe now.