fbpx

AI ଜେନେରେଟ ଫଟୋ ଏବଂ Deepfakeର ନୋ ଟେନସନ, ଗୁଗଲ ଲଞ୍ଚକଲା ନୂଆ ଟୁଲ୍ସ

ନୂଆଦିଲ୍ଲୀ: ଦେଶରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ବାରା ହେଉଥିବା ଫଟୋ ଏବଂ ଡିପଫେକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ପୁରା ଦେଶବାସୀ ଚିନ୍ତାରେ ରହିଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ଗୁଗଲ ଏକ ନୂଆ ଟୁଲ୍ସ ଲଞ୍ଚ କରିଛି । ଏହା ଦ୍ବାରା ଡିପଫେକ୍ ମାମଲା ଏବଂ ଏଆଇ ଜେନେରେଟ ଫଟୋର ମାମଲା କମ୍ ହେବାର ସମ୍ଭାବନା ରହିଛି । ଗୁଗଲ ଟେକ୍ନୋଲୋଜି ଷ୍ଟାଣ୍ଡାଡର ନୂଆ ଭର୍ସୱ ଟୁଲ୍ସ ଆଣିଛି, ଏହାର ନାମ କଣ୍ଟେଣ୍ଟଟ କ୍ରେଡିଣ୍ଟିଆଲ ରଖାଯାଇଛି ।

ପୂର୍ବ ଅପେକ୍ଷା ନୂତନ ଟେକ୍ନୋଲୋଜିକୁ ଅଧିକ ନିରାପଦ କରାଯାଇଛି ଏବଂ ଯେକୌଣସି ପ୍ରକାରର ଟ୍ୟାମ୍ପରିଂ ପାଇଁ ଅଧିକ ପ୍ରଭାବଶାଳୀ । ଏହି ଟୁଲ୍ ଗୁଗୁଲ୍ ଦ୍ୱାରା AI ଇମେଜଗୁଡିକୁ ଲେବଲ୍ କରିବା ପାଇଁ ବ୍ୟବହୃତ ହେବ । ଗୁଗଲ କହିବା ଅନୁସାରେ, Google Images, Lens ଏବଂ Circle to Searchରେ ଦେଖଉଥିବା ଫଟୋରେ କଣ୍ଟେଣ୍ଟ କ୍ରେଡେସିୟଲରେ ୟୁଜର୍ସଙ୍କୁ ସମସ୍ତ ପ୍ରକାର ତଥ୍ୟ ମିଳିପାରିବ । ଏହାର ଅର୍ଥ ୟୁଜର୍ସ କୌଣସି ଫଟୋର ମଧ୍ୟ About this imageକୁ ଯାଇ ସବିଶେଷ ଜାଣିପାରିବେ । କେଉଁ ପ୍ରକାର ଟୁଲ ବ୍ୟବହାର ହୋଇଛି କଣ ଏଡିଟ ହୋଇଛି ସବୁ ଜଣାପଡିବ । କହିରଖୁଛୁ କି, ଗୁଗଲ ଆଡଭରଡାଇଜିଂ ସିଷ୍ଟମକୁ  C2PA ମେଟାଡେଟା ସହିତ ଯୋଡିବାର ଯୋଜନା କରୁଛି । ଏଥିରୁ ଏହା ଜଣାପଡିବ ଯେ, ଫଟୋ-ଭିଡିଓ କ୍ୟାମେରାରୁ ହୋଇଛି ନା ଏଡିଟ କରାଯାଇଛି ।

Get real time updates directly on you device, subscribe now.