fbpx

ସଲମନ ଖାନ୍ ବାବା ସିଦ୍ଦିକିଙ୍କ ହତ୍ୟା ପଛର କାରଣ! କାରଣ ସେ କରିଥିଲେ…

ନୂଆଦିଲ୍ଲୀ : NCP ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଶନିବାର ରାତିରେ ମୁମ୍ବାଇର ବାନ୍ଦ୍ରା ପୂର୍ବ ଅଞ୍ଚଳରେ ତିନି ଜଣ ଗୁଳି କରି ହତ୍ୟା କରିଛନ୍ତି । ନିର୍ମଲ ନାଗରର କୋଲଗେଟ୍ ମୈଦାନ ନିକଟରେ ବାବା ସିଦ୍ଦିକିଙ୍କ ପୁଅ ତଥା ବିଧାୟକ ଜିଶନ୍ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ଏହି ଘଟଣା ଘଟିଛି । ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ହିଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ହତ୍ୟାକଣ୍ଡ ପଛରେ ଲୋରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଏହି ଘଟଣାରେ ହାତ ଥାଇପାରେ ବୋଲି ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଯେ ନିକଟରେ ଲୋରେନ୍ସଙ୍କର ନିକଟତର ବୋଲି ବିବେଚନା କରାଯାଉଥିବା ରୋହିତ ଗୋଦାରା ଦାବି କରିଥିଲା ଯେ, ଯିଏ ସଲମାନ ଖାନଙ୍କ ନିକଟତର ସିଏ ଆମର ଶତ୍ରୁ । ତେବେ ଏଠାରେ ଚର୍ଚ୍ଚା ହେଉଛି ସଲମନ୍ ଖାନଙ୍କ ପାଇଁ ବାବା ସିଦ୍ଦିକିଙ୍କର ଜୀବନ ଯାଇନି ତ?

ଗ୍ୟାଙ୍ଗଷ୍ଟର ରୋହିତ ଗୋଦରା ମିଡିଆକୁ ପ୍ରତିକ୍ରିୟା ଦେଇ କହିଥିଲା,  ସଲମାନ ଖାନ ଏବେ ମଧ୍ୟ ଲୋରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟ । ଆଉ ଯିଏ ତାଙ୍କର ସାଙ୍ଗ ସେ ଆମର ଶତ୍ରୁ । ରୋହିତ ଗୋଦରା ପୂର୍ବରୁ ଗୋଲ୍ଡି ବ୍ରାର ଗ୍ୟାଙ୍ଗରେ କାମ କରିଥିଲେ।  କିନ୍ତୁ, ବର୍ତ୍ତମାନ ସେ ଗ୍ୟାଙ୍ଗଷ୍ଟର ଲରେନ୍ସ ପାଇଁ କାମ କରୁଥିବା ଜଣାପଡିଛି । ସେ ଜାଲ୍ ପାସପୋର୍ଟ ନେଇ ଦିଲ୍ଲୀରୁ ଦୁବାଇକୁ ପଳାଇଥିବା ଜଣାପଡିଛି । ବିଦେଶରେ ବସି ଭାରତରେ ଅପରାଧ କରୁଛି ରୋହିତ ।

ବାବା ସିଦ୍ଦିକି 2013 ରେ ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କ ମଧ୍ୟରେ ଶତ୍ରୁତାକୁ ସମାପ୍ତ କରିଥିଲେ । ବାବା ସିଦ୍ଦିକି ପ୍ରତିବର୍ଷ ଏକ ଗ୍ରାଣ୍ଡ ଇଫତାର ପାର୍ଟିର ଆୟୋଜନ କରନ୍ତି । 2013ରେ ଆୟୋଜିତ ହୋଇଥିବା ପାର୍ଟିରେ ସେ ବଲିଉଡର ଦୁଇ ଖାନଙ୍କ ସହିତ ବନ୍ଧୁତା କରିଥିଲେ । 2008ରେ କଟ୍ରିନାଙ୍କ ଜନ୍ମଦିନ ପାର୍ଟିରେ ସଲମାନ ଏବଂ ଶାହରୁଖ ଖାନା ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ଦୀର୍ଘ 5 ବର୍ଷ ଧରି ସମ୍ପର୍କ ରହିନଥିବା ବେଳେ 2013 ରେ ସମ୍ପର୍କକୁ ସୁଧାରିଥିଲେ ବାବା ସିଦ୍ଦିକି । ତେବେ ତାଙ୍କ ଦେହାନ୍ତ ଖବର ଶୁଣି ସଲମାନ ମଧ୍ୟ ନିଜ ସୁଟିଂ ବନ୍ଦ କରି ହସ୍ପିଟାଲ ଚାଲିଯାଇଥିଲେ ।

Get real time updates directly on you device, subscribe now.