fbpx

ଭାଇ-ଭାଇ କଳିରୁ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଗଲା ବଡ଼ଭାଇ

ଭୁବନେଶ୍ବର(ଓଡିଶା ଭାସ୍କର): ଦଶହରାରେ ଖୋର୍ଦ୍ଧାରେ ଫୁଟିଲା ଗୁଳି । ଭାଇ ହେଲା ଭଗାରୀ । ଝିମିଟି ଖେଳକୁ ମହାଭାରତ । ଛୋଟ କଥାକୁ ନେଇ ଭାଇକୁ ଗୁଳିମାରିଲା ଭାଇ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ଦୀକ୍ଷିତପଡା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ତେବେ ଗୁଳିମାଡ ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ବେଳେ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।

ଖବର ଅନୁସାରେ, ଦୀକ୍ଷିତପଡା ଗ୍ରାମରେ କିଛି କେଳା ସମ୍ପ୍ରଦାୟର ଲୋକ ଯାଯାବର ଭାବେ ରୁହନ୍ତି । ମଧ୍ୟରୁ ରବି ନାୟକ ( ୧୮ ବର୍ଷ ) ଓ ଶିବ ନାୟକ (୨୦ ବର୍ଷ )  ଦୁଇ ଭାଇ ମଧ୍ୟ ଉକ୍ତ ଗ୍ରାମରେ ରହୁଥୁଲେ । ଆଜି ହଠାତ୍ ସାମାନ୍ୟ କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ଦେଖାଯାଇଥିଲା । ଏହାପରେ ହଠାତ୍ ଏକ ବନ୍ଧୁକ ଆଣି ଭାଇକୁ ଗୁଳି କରିଦେଲା ଭାଇ । ରବି ନାୟକ ସିଧା ଟାର୍ଗେଟ କରି ବଡ଼ଭାଇ ଶିବ ନାୟକଙ୍କ ଉପରକୁ ଫାୟାରିଂ କରିଦେଲା । କିନ୍ତୁ ସୌଭାଗ୍ୟ ବଶତଃ ଶିବ ନାୟକଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡିଛି ।

ଲକ୍ଷ୍ୟ ଭ୍ରଷ୍ଟ ହେବା କାରଣରୁ ଗୁଳିଟି ଶିବ ନାୟକଙ୍କୁ ନବାଜି କାନ୍ଥରେ ବାଜିଥିଲା । ଏହାପରେ ଏକ ଛୁଆ ଦେହରେ ଲାଗିଥିଲା ଗୁଳି । ଛୋଟ ପିଲାଟି ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ଛୁଆଟି ଘରକୁ ଫେରିଛି । ତେବେ ଖବର ପାଇ ଟାଙ୍ଗୀ ପୋଲିସ ପ୍ରାଥମିକ ତଦନ୍ତ କରି ଦୁଇ ଭାଇଙ୍କୁ ଗିରଫ କରିବା ସହିତ ବ୍ୟବହୃତ ଦେଶୀ ବନ୍ଧୁକ ଜବତ କରାଯାଇଛି ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.