fbpx

ଅକ୍ଟୋବର ୨୩ ଓ ୨୪ରେ ହେବ ATO (ଡିଗ୍ରୀ / ଡିପ୍ଲୋମା) ସାର୍ଟିଫିକେଟ୍ ଭେରିଫିକେସନ୍: ଶିଡ୍ୟୁଲ୍ ଜାରି କଲା OSSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର (ଡିଗ୍ରୀ / ଡିପ୍ଲୋମା) ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ୨୩ ଓ ୨୪ ତାରିଖରେ ଏଟିଓ ପଦ ପାଇଁ ସାର୍ଟିଫିକେଟ୍ ଯାଞ୍ଚ କରାଯିବ । ରାଜଧାନୀ ଭୁବନେଶ୍ୱର ସ୍ଥିତ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି)ର ୟୁନିଟ-୨ କାର୍ଯ୍ୟାଳୟରେ ଏହି ଯାଞ୍ଚ ପ୍ରକ୍ରିୟା ଅନୁଷ୍ଠିତ ହେବ । ପ୍ରାର୍ଥୀମାନେ ଅକ୍ଟୋବର ୨୦ ତାରିଖ ପରଠାରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଏନେଇ ଓଏସଏସସି ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇ ପ୍ରାର୍ଥୀଙ୍କୁ ସୂଚିତ କରାଯାଇଛି ।

ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଥିବା ପ୍ରାର୍ଥୀମାନେ ସେମାନଙ୍କର ଓରିଜିନାଲ ପ୍ରମାଣପତ୍ର / ଡକ୍ୟୁମେଣ୍ଟର ଏକ ସେଟ୍ ଜେରକ୍ସ କପି ଆଣିବେ । ଏଥିସହିତ ପ୍ରାଥୀଁମାନେ ବାୟୋଡାଟା-କମ-ଆଟେଷ୍ଟେସନ ଫର୍ମରେ ନିଜେ ପୂରଣ କରିବେ । ଓଏସଏସସିର ଅଫିସିଆଲ ୱେବସାଇଟରୁ ପ୍ରାର୍ଥୀମାନେ ବାୟୋଡାଟା-କମ-ଆଟେଷ୍ଟେସନ ଫର୍ମକୁ ଡାଉନଲୋଡ୍ କରିପାରିବେ । ଯେଉଁ ପ୍ରାର୍ଥୀମାନେ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟାରେ ଅନୁପସ୍ଥିତ ରହିବେ, ସେମାନଙ୍କୁ ଚୟନ କରାଯିବ ନାହିଁ । ସାର୍ଟିଫିକେଟ ଯାଞ୍ଚ ତାରିଖ ନେଇ କୌଣସି ଅନୁରୋଧକୁ ଗ୍ରହଣ କରାଯିବ ନାହିଁ । ସମସ୍ତ ଅପଡେଟ୍ ପାଇବା ପାଇଁ ୱେବସାଇଟ୍ ପରିଦର୍ଶନ କରିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.