fbpx

ମୋଟର ଯାନ ଆଇନରେ ହେବ ବଡ଼ ସଂଶୋଧନ: ଏଣିକି ନାବାଳକ ଚଳାଇ ପାରିବେ ଗାଡ଼ି, କଟିବନି ଫାଇନ୍!

ନୂଆଦିଲ୍ଲୀ: ଟ୍ରାଫିକ ନିୟନ୍ତ୍ରଣ ପାଇଁ ଅନେକ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନିୟମ ଲାଗୁ ହୋଇଥାଏ । ଗାଡ଼ି ଡ୍ରାଇଭିଂ ସମୟରେ ସିଟ୍ ବେଲ୍ଟ ନ ପିନ୍ଧିବା, ବିନା ହେଲମେଟରେ ଗାଡ଼ି ଚଳାଇବା, ରଙ୍ଗ ସାଇଡରେ ଗାଡ଼ି ଡ୍ରାଇଭ କରିବା, ମଦ୍ୟପାନ କରି ଗାଡ଼ି ଚଳାଇବା ଆଦି ବିଭିନ୍ନ କାରଣ ପାଇଁ ଟ୍ରାଫିକ ଚାଲାଣ କଟିଥାଏ । ତେବେ ସାଧାରଣ ଭାବେ ୧୮ ବର୍ଷ ବୟସ ନ ହେବା ପର୍ଯ୍ୟନ୍ତ ପିଲାମାନଙ୍କୁ ଗାଡ଼ି ଚଳାଇବା ନେଇ ଅନୁମତି ମିଳିନଥାଏ । ମୋଟର ଯାନ ଆଇନ କାରଣରୁ ଅନେକ ନାବାଳକ ଓ ଅଭିଭାବକ ଆଜିର ପ୍ରତିଯୋଗିତାପୂର୍ଣ୍ଣ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଉଛି ।

ତେବେ ଏହି ସମସ୍ୟା ଦୂର କରିବା ପାଇଁ କେନ୍ଦ୍ର ସରକାର ମୋଟର ଯାନ ଆଇନରେ ଏକ ବଡ଼ ସଂଶୋଧନ କରିବାକୁ ଯାଉଛନ୍ତି । ଏହି ପ୍ରସ୍ତାବକୁ ଅଭିଭାବକ ମହଲରେ ସ୍ୱାଗତ କରାଯାଇଥିବା ବେଳେ ସଂସସର ଆଗାମୀ ଶୀତକାଳୀନ ଅଧିବେସନରେ ଏହି ସଂଶୋଧନ ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି । ନୂଆ ପ୍ରସ୍ତାବ ମୁତାବକ, ୧୬ ବର୍ଷ ପୂରଣ କରିଥିବା ନାବାଳକ, ନାବାଳିକ ଇ-ସ୍କୁଟର ଚଳାଇ ପାରିବେ । ସେଥିପାଇଁ ଡିଜାଇନ, ସ୍ପିଡ ସୀମା ଓ ଇଞ୍ଜିନର ଶକତିକୁ ଧ୍ୟାନରେ ରଖିବାକୁ ପଡ଼ିବ ବୋଲି କୁହାଯାଇଛି । ନାବାଳକଙ୍କ ପାଇଁ ଯାନର ସର୍ବାଧିକ ଗତି ଘଣ୍ଟା ପ୍ରତି ୨୫ କିମି ଧାର୍ଯ୍ୟ କରାଯାଇଛି । ଅଟୋମେଟିକ ଗିୟର ଥିବା ଯାନ ପାଇଁ ଲର୍ଣ୍ଣର ଲାଇସେନ୍ସ ମିଳିବ ନାହିଁ । ଲାଇସେନ୍ସ ପାଇଁ ଅଭିଭାବକଙ୍କର ସହମତି ଆବଶ୍ୟକ ହେବ । ୧୯୮୮ର ସଂଶୋଧିତ ମୋଟର ଯାନ ଆଇନରେ ଯାନର ଇଞ୍ଜିନ କ୍ଷମତା ମଧ୍ୟ ନିର୍ଦ୍ଧାରଣ କରାଯାଇଛି । ଏପରି ଯାନରେ ଇଞ୍ଜିନିର କ୍ଷମତା ୫୦ ସିସି ରହିବ ଓ ମୋଟର ପାୱାର ସର୍ବାଧିକ ୧୫୦୦ ୱାଟ ରହିବା ନେଇ ନିର୍ଦ୍ଧାରଣ କରାଯାଇଛି ।

Get real time updates directly on you device, subscribe now.