fbpx

ହରିୟାଣା ଓ ଜମ୍ମୁ କଶ୍ମୀର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି

ନୂଆଦିଲ୍ଲୀ: ହରିୟାଣା ଓ ଜମ୍ମୁ କଶ୍ମୀର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେପି । ହରିୟାଣା ପାଇଁ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ଶାହ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ହରିୟାଣା ଦାୟିତ୍ୱ ଦିଆଯାଇଛି । ଏହି ଦୁଇ ନେତା ହରିୟାଣାର ବିଧାୟକ ନେତାଙ୍କୁ ଚୟନ କରିବେ । ସେହିପରି ଜମ୍ମୁ କଶ୍ମୀର ପାଇଁ ପ୍ରହଲ୍ଲାଦ ଯୋଶୀ ଓ ତରୁଣ ଚୁଘଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଦୁଇ ନେତା ଜମ୍ମୁ କଶ୍ମୀର ପାଇଁ ବିଧାୟକ ଦଳ ନେତା ବାଛିବେ ।

ସୂଚନାଯୋଗ୍ୟ ଯେ, ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରିବା ପରେ ଆସନ୍ତା ୧୭ ତାରିଖରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନାୟବ ସିଂହ ସୈନୀ ଶପଥ ଗ୍ରହଣ କରିବେ । ସେହିପରି ଜମ୍ମୁ କଶ୍ମୀରରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ ବହୁମତ ହାସଲ କରିଥିବା ବେଳେ ବିଜେପି ବିରୋଧୀ ଦଳ ଭୂମିକା ନିର୍ବାହ କରିବ । ହରିୟାଣାରେ ଆସନ୍ତା ୧୬ ତାରିଖରେ ଚଣ୍ଡିଗଡ଼ ଠାରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ବୈଠକରେ ବିଧାୟକ ଦଳ ନେତାଙ୍କୁ ଚୟନ କରାଯିବ । ମିଟିଂରେ ବିଧାୟକଙ୍କ ସମେତ କେନ୍ଦ୍ରୟ ପର୍ଯ୍ୟବେକ୍ଷକ ଉପସ୍ଥିତ ରହିବେ ।

Get real time updates directly on you device, subscribe now.