fbpx

(Photos) ବାବାଙ୍କ ଶେଷ ଦର୍ଶନରେ କାନ୍ଦିଲେ ସାଲମାନ୍: ବେସାହାରା ଜୀଶାନ୍, ପହଞ୍ଚିଲେ ବହୁ ବିଶିଷ୍ଟ ବ୍ୟକ୍ତି

ନୂଆଦିଲ୍ଲୀ: ୬୬ ବର୍ଷ ବୟସରେ ଏନସିପି ନେତା ବାବା ସିଦ୍ଦିକୀଙ୍କର ଦେହାନ୍ତ ହୋଇଯାଇଛି । ଜଣେ ରାଜନେତା ଭାବରେ ଖ୍ୟାତି ଅର୍ଜନ କରିବା ସହ ବାବା ସିଦ୍ଦିକୀ ବଲିଉଡର ବହୁ ଅଭିନେତାଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ଥିଲା । ତେଣୁ ଆଜି ତାଙ୍କର ପରଲୋକ ପରେ ରାଜନତାଙ୍କ ସମେତ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ଟେଲିଭିଜନ୍ ଜଗତର ବହୁ କଳାକାର ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି । ଗତକାଲି ବିଳମ୍ବିତ ରାତିରେ ବାବା ସିଦ୍ଦିକୀଙ୍କୁ ଗୁଳିକରି ହତ୍ୟା କରାଯାଇଛି ।

Spotted: Salman Khan with family at Baba Siddique's home ahead of funeral

ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ପାଇଁ ବାବା ସିଦ୍ଦିକୀ ଖୁବ ନିକଟତର ଥିଲେ । ତେବେ ଆଜି ତାଙ୍କ ଦେହାନ୍ତ ପରେ ଅନ୍ତିମ ଦର୍ଶନ ପାଇଁ ବାବାଙ୍କ ବାସଭବନରେ ପହଞ୍ଚିଛନ୍ତି ସଲମାନ ଖାନ୍ । ବାବାଙ୍କ ଶେଷ ଦର୍ଶନ ସମୟରେ ସଲମାନଙ୍କ ନିରାଶ ଚେହେରା ଏବଂ ଆଖିରେ ଲୁହ ଦେଖିବାକୁ ମିଳିଛି ।

Salman Khan cancels meetings, family requests privacy after Baba Siddique's  death - India Today
ସଲମାନଙ୍କ ସହ ବଡିଗାର୍ଡ ଶେରାଙ୍କୁ ମଧ୍ୟ ଦେଖାଯାଇଛି । ଏହାସହିତ ସଲମାନଙ୍କ ଚାରି ପାଖରେ କଡ଼ା ସିକ୍ୟୁରିଟି ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ସଲମାନଙ୍କ ଆଖିରେ ଲୁହ ଦେଖି ସମସ୍ତେ ଇମୋସନାଲ ହୋଇ ଯାଇଥିଲେ ।

भर गया सलमान खान का दिल
ପିତାଙ୍କୁ ହରାଇ ବେସାହାରା ପାଲଟି ଯାଇଛନ୍ତି ବାବା ସିଦ୍ଦିକୀଙ୍କ ପୁଅ ଜିଶାନ୍ । ହୃଦୟ ତଳର ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବାବାଙ୍କୁ ସୁପୁତ୍ର ।

टूट गए बेटे जीशान
ବାବାଙ୍କୁ ଶେଷ ଥର ଦର୍ଶନ କରିବା ପାଇଁ ପତି ମୁଫ୍ତି ଅନସଙ୍କ ସହ ସନା ଖାନ୍ ମଧ୍ୟ ପହଞ୍ଚିଛନ୍ତି । ହିଜାବ ପିନ୍ଧି ଆସିଥିବା ସନା ଫେରିବା ସମୟରେ ଆଖିରୁ ଲୁହ ପୋଛୁଥିବା ଦେଖାଯାଇଛି ।

पति संग पहुंचीं सना खान
ଟିଭି ଅଭିନେତ୍ରୀ ମାହି ଭିଜ୍ ମଧ୍ୟ ଏହି ସମୟରେ ବାବାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ଆବାସରେ ପହଞ୍ଚିଛନ୍ତି । ବାବାଙ୍କ ଅନ୍ତିମ ଦର୍ଶନ ପରେ ନିରାଶାରେ ଭରି ଯାଇଥିଲା ମାହିଙ୍କ ଚେହେରା ।

अंतिम दर्शन करने पहुंचीं माही
ଟିଭି ଅଭିନେତା କରଣ ସିଂହ ଗ୍ରୋଭର ବାବାଙ୍କୁ ଶେଷ ଥର ଦର୍ଶନ କରିବାକୁ ପହଞ୍ଚିଛନ୍ତି । ଘର ବାହାରେ ବାବାଙ୍କୁ ଦେଖିବା ଶହ ଶହ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି ।

पहुंचे करण सिंह ग्रोवर
ସୋନାକ୍ଷୀ ସିହ୍ନାଙ୍କ ପତି ତଥା ବଲିଉଡ ଅଭିନେତା ଜହୀର ଇକବାଲ ବାବାଙ୍କୁ ଶେଷ ଦର୍ଶନ କରି ଫେରିଛନ୍ତି ।

गुमसुम दिखे जहीर इकबाल
ଅଭିନେତ୍ରୀ ୟୁଲିୟା ବନ୍ତୁର ବାବାଙ୍କ ଦେହାନ୍ତ ଖବର ଶୁଣି ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଛନ୍ତି ।

यूलिया वंतूर
ସଲମାନଙ୍କ ଭାଇ ସୋହେଲ ଖାନ୍ ଏବଂ ସାନ ଭଉଣୀ ଅର୍ପିତା ଖାନ୍ ମଧ୍ୟ ବାବା ସିଦ୍ଦିକୀଙ୍କ ଅନ୍ତିମ ଦର୍ଶନ ପାଇଁ ଏଠାରେ ପହଞ୍ଚିଛନ୍ତି ।

अर्पिता खान और सोहेल पहुंचे
ସେହିପରି ଶିଖର ପହାଡ଼ିୟା ଏବଂ ବୀର ପହାଡ଼ିୟା ମଧ୍ୟ ବାବାଙ୍କୁ ଦର୍ଶନ କରିବାକୁ ଆସିଥିବା ବେଳେ ତାଙ୍କ ବାସଭବନ ବାହାରେ ଦେଖା ଯାଇଛନ୍ତି ।

शिखर और वीर पहाड़िया
ସୁରଜ ପଞ୍ଚୋଲୀ ଏବଂ ପୂଜା ଭଟ୍ଟଙ୍କୁ ମଧ୍ୟ ବାବା ସିଦ୍ଦିକୀଙ୍କ ଶେଷ ଦର୍ଶନ କରିବା ନିମନ୍ତେ ତାଙ୍କ ବାସଭବନରେ ପହଞ୍ଚିଛନ୍ତି ।

सूरज पंचोली और पूजा भट्ट

Get real time updates directly on you device, subscribe now.