fbpx

ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି! ବିଶ୍ୱର ଏହି ୩ଟି ସହରରେ କେବେ ବି କୌଣସି ଗାଡ଼ି ଦେଖିବାକୁ ମିଳେ ନାହିଁ

ନୂଆଦିଲ୍ଲୀ: ଆଜିର ସମୟରେ ଅଧିକାଂଶ ଦେଶର ସହରଠାରୁ ଆରମ୍ଭ କରି ଗାଁ ଗଣ୍ଡାରେ ଗାଡ଼ି ମୋଟର ବହୁଳ ଭାବେ ଚଳପ୍ରଚଳ ହେଉଛି । ତେବେ ଆପଣମାନେ ଜାଣନ୍ତି କି ଏପରି କିଛି ସହର ରହିଛି ଯେଉଁଠି ଗାଡ଼ି ଆଦୌ ଦେଖିବାକୁ ମିଳେ ନାହିଁ । ବିଶ୍ୱର ଏପରି ୩ଟି ସହରର କଥା ଶୁଣିଲେ ଯେ କେହି ବି ଆଶ୍ୱର୍ଯ୍ୟ ହୋଇଯିବ । ତେବେ କୌଣସି ସହରରେ ଯଦି ଗାଡ଼ି ଚଳାଚଳ କରୁନାହିଁ, ତେବେ ସେଠାରେ ବସବାସ କରୁଥିବା ଲୋକମାନେ କିପରି ଯିବା ଆସିବା କରନ୍ତି, ତାହା ନିହାତି ପକ୍ଷେ ଏକ ପ୍ରଶ୍ନ ।

୧- ଭେନିସ, ଇଟାଲୀ: ଏହି ସହର ଏକ ଅଦ୍ୱିତୀୟ ସହର ହୋଇଥିବା ବେଳେ ସେଠାରେ ୧୨୬ଟି ଦ୍ୱୀପ ରହିଛି । ସେଠାରେ ଗାଡ଼ି ବହୁତ କମ୍ ମାତ୍ରାରେ ଚଳପ୍ରଚଳ ହୋଇଥାଏ । ଅଧିକାଂଶ ଲୋକ ପାଦରେ ଯିବା ଆସିବା କରିଥାନ୍ତି । ଏହି ସହରରେ କୌଣସି ସଡ଼କ ନାହିଁ, ସମସ୍ତେ ଜଳମାର୍ଗ ଉପରେ ନିର୍ଭର କରିଥାନ୍ତି । ଭେନିସ ସହରରେ ପରିବହନର ମୁଖ୍ୟ ସାଧନ ଗୌଣ୍ଡାଲା, ଯାହାକି ଏକ ସ୍ୱତନ୍ତ୍ର ଧରଣର ଡଙ୍ଗା । ଏହି ଡଙ୍ଗା ମାଧ୍ୟମରେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାକୁ ଯାଇଥାନ୍ତି ।

୨- ଜର୍ମେଣ୍ଟ, ସ୍ୱିଜରଲାଣ୍ଡ: ବରଫରେ ଢଙ୍କା ହୋଇଥିବା ଜର୍ମେଣ୍ଟ ଏକ ସୁନ୍ଦର ସହର । ଏହି ହସରଟି ମେଟହର୍ଣ୍ଣ ପର୍ବତର ବେସରେ ରହିଛି । ସେଠାରେ ଗାଡ଼ି ଚଳାଚଳ ପ୍ରାୟତଃ ଅସମ୍ଭବ । କାଣଣ ସହରରେ ପ୍ରବେଶ ପାଇଁ କେବଳ ଟ୍ରେନର ବ୍ୟବସ୍ଥା ରହିଛି । ଏହି ସହରରେ ପହଞ୍ଚିବା ପାଇଁ ଆପଣଙ୍କୁ ଟାସ୍କ ନାମକ ସ୍ଥାନରୁ ଟ୍ରେନ ନେବାକୁ ପଡ଼ିବ । ସେଠାରେ ବ୍ୟକ୍ତିଗତ ଗାଡ଼ିର ବ୍ୟବହାର ପାଇଁ କଡ଼ା ନିୟମ ରହିଛି । ତେବେ ପର୍ଯ୍ୟଟକ ମାଉଣ୍ଟେନ ବାଇକ, ଇ-ଟ୍ୟାକ୍ସି ଓ ଇ-ବାଇକ ଉପଯୋଗ କରିପାରନ୍ତି ଓ ସହରରେ ପାଦରେ ବୁଲି ପାରନ୍ତି ।

୩- ଲାମୁ, କେନ୍ୟା: ଲାମୁ ସହରରେ ମଧ୍ୟ ଗାଡ଼ିର ଉପଯୋଗ ପ୍ରାୟତଃ ଶୂନ୍ୟ ଅଟେ । ଏହା ଏକ ପ୍ରାଚୀ ସହର ହୋଇଥିବା ବେଳେ ସ୍ଥାନୀୟ ଲୋକେ ଗଧ ପିଠିରେ ବସି ଯାତ୍ରା କରିଥାନ୍ତି । ସେଠାରେ ଜିନିଷପତ୍ର ମଧ୍ୟ ଗଠ ପିଠିରେ ନେବା ଆଣିବା କରାଯାଇଥାଏ । ଲାମୁର ସ୍ଥାନୀୟ ଜୀବନ ସେଠରେ ପୂର୍ବ ପୁରୁଷ ଅମଳରୁ ରହିଆସିଥିବା ସଂସ୍କୃତିକୁ ପ୍ରଦର୍ଶିତ କରିଥାଏ । ସେହି ସହରରେ ଗାଡ଼ି ଦେଖିବାକୁ ମିଳିନଥାଏ ।

Get real time updates directly on you device, subscribe now.