Tetrisକୁ ପରାସ୍ତ କଲା ଏକ ୧୬ ବର୍ଷୀୟ ବାଳକ: ଭିଡିଓ ଗେମ୍ସ ଇତିହାସରେ ଘଟିଲା ପ୍ରଥମ ଘଟଣା

ନୂଆଦିଲ୍ଲୀ: ଭିଡିଓ ଗେମ୍ସ ଇତିହାସରେ ଦେଖିବାକୁ ମିଳିଛି ଏକ ନୂଆ ଘଟଣା । ୧୯୮୪ ମସିହାରେ ପ୍ରଥମ ଥର ଟେଟ୍ରିସ ଭିଡିଓ ଗେମ୍ ସୃଷ୍ଟି ହେବା ପରେ ଆଜି ତାହା ଏକ ଚ୍ୟାଲେଞ୍ଜିଂ ଗେମ୍ ଭାବେ ପ୍ରସିଦ୍ଧି ଲାଭ କରିପାରିଛି । ତେବେ ପ୍ରଥମ ଥର ପାଇଁ ଜଣେ ୧୬ ବର୍ଷୀୟ ବାଳକ ଭିଡିଓ ଗେମ୍ସ ଟେଟ୍ରିସକୁ ପରାସ୍ତ କରିଥିବା ଦେଖାଯାଇଛି । ଏହି ବାଳକ ଆମେରିକାର ବାସିନ୍ଦା ବୋଲି ଜଣାପଡ଼ିଛି । ଏହି ସଫଳତା ହାସଲ କରିବା ପରେ ଗେମର ମାଇକେଲ ଆର୍ଟିଆଗା ଟେଟ୍ରିସ କ୍ଲାସିକ ଗେମରେ ୨୫୫ ଲେବଲର ପ୍ରଥମ ବ୍ୟକ୍ତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଲାଇଭ୍ ଦର୍ଶକଙ୍କ ସାମ୍ନାରେ ଏହି ଘଟଣା ଦେଖିବାକୁ ମିଳିଥିଲା ।

ଏହି ଭିଡିଓ ଗେମ୍ ପାଇଁ ଆର୍ଟିଆଗା ନିଜର ୟୁଜରନେମ ‘ଡଗପ୍ଲେଇଂଟେଟ୍ରିସ’ ରଖିଥିଲେ । ୮୨ ମିନିଟ ମଧ୍ୟରେ ଆର୍ଟିଆଗା ଲେବଲ ୨୫୫ ସମାପ୍ତ କରିପାରିଥିଲେ । ଏହି ମାଇଲଷ୍ଟୋନରେ ପହଞ୍ଚିବା ପରେ ଆର୍ଟିଆଗା ଏହାକୁ ସମାପ୍ତ କରିବାକୁ ପ୍ରସ୍ତୁତ ହୋଇଥିଲେ । ସେ ଗେମକୁ ବାରମ୍ବାର ଖେଳିବାକୁ କେବେ ବି ଚାହାନ୍ତି ବୋଲି କହିଥିଲେ । ତେବେ ରେକର୍ଡ ଭାଙ୍ଗିବା କ୍ଷେତ୍ରରେ ଆର୍ଟିଆଗା ଜଣେ ଅଜଣା ବ୍ୟକ୍ତି ନୁହନ୍ତି । ଏହାପୂର୍ବରୁ ମଧ୍ୟ ସେ ବହୁ ସଫଳତା ହାସଲ କରିଥିଲେ । ମାତ୍ର ୧୩ ବର୍ଷ ବୟସରେ ସେ ବିଶ୍ୱର ସର୍ବକନିଷ୍ଠ ଟେଟ୍ରିସ ଚାମ୍ପିୟନ ହୋଇଥିଲେ । କ୍ଲାସିକ ଟେଟ୍ରିସ ୱାର୍ଲ୍ଡ ଚାମ୍ପିୟନଶିପ ଫାଇନାଲ ୨୦୨୦ରେ ସେ ତାଙ୍କର ବଡ଼ ଭାଇଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଥିଲେ ।

Get real time updates directly on you device, subscribe now.