ଭସାଣି ବେଳେ ଗାଁରେ ରକ୍ତଛିଟା, ଜଣେ ନାବାଳକ ମୃତ

ଭୁବନେଶ୍ବର(ଓଡିଶା ଭାସ୍କର): ଝିମିଟି ଖେଳରୁ ମହାଭାରତ । ମା ଦୁର୍ଗାଙ୍କର ଭସାଣୀରେ ଛୁରାମାଡ । ଦୁଇ ସାହି ମଧ୍ୟରେ ବଚସା, ହାତାହାତି ପରେ ଛୁରାମାଡ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଜଣାପଡିଛି ।  ନବରଙ୍ଗପୁର ଟାଉନ ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ତେବେ ଏହି ଘଟଣାରେ ପୋଲିସ ଜଣକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ।

ଖବର ଅନୁସାରେ, ପୂଜା ଶେଷ ହେବା ପରେ ସୋମବାର ମାଙ୍କୁ ମେଲାଣୀ ଦିଆହୋଇଥିଲା । ତେବେ ଏହି ସମୟରେ ଟାଉନଥାନା ଅଞ୍ଚଳର ଦୁଇ ସାହି ମଧ୍ୟରେ କୌଣସି କଥାକୁ ନେଇ ବଚସା ପରେ ହାତାହାତି ଯାଏଁ ଯାଇଥିଲା । ତେବେ ଏହି ଘଟଣାରେ ଦୁଇ ନାବାଳକଙ୍କୁ ଛୁରାମାଡ ହୋଇଥିଲା । ତେବେ ସେମାନଙ୍କୁ ଉଦ୍ଧାର କରାଯାଇ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଜଣକର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟଜଣକ ଅବସ୍ଥାରେ ସଙ୍କଟାପର୍ଣ୍ଣ ରହିଥିବା ଜଣାପଡିଛି । ଏହି ଘଟଣାରେ ପୋଲିସ ଜଣକୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି ।

Get real time updates directly on you device, subscribe now.