ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର, ଏତିକି ଉପସ୍ଥାପନା ନଥିଲେ ଦେଇପାରିବେନି ପରୀକ୍ଷା

ଭୁବନେଶ୍ବର: 2025 ମସିହାରେ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । CBSE ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ପାଇଁ 75 ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ । 2025 ମସିହାରେ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁହେବ । କୋନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି । ବୋର୍ଡ ଗାଇଡଲାଇନ ଅନୁସାରେ, ଯେଉଁ ଛାତ୍ରଛାତ୍ରୀମାନଙ୍କର ବିଦ୍ୟୟାଳୟରେ 75 ପ୍ରତିଶତ ଉପସ୍ଥାନ ରହିବ, ସେମାନେ ହିଁ ପରୀକ୍ଷା ଦେବା ପାଇଁ ଯୋଗ୍ୟ ହେବେ । ସମସ୍ତ ସିବିଏସଇ ଅନୁବନ୍ଧିତ ସ୍କୁଲ ଅଧ୍ୟକ୍ଷମାନଙ୍କୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମାର ଦୃଢ କାର୍ଯ୍ୟକାରିତା ଉପରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦିଆଯାଇଛି । ଏଥିସହିତ ଅଭିଭାବକମାନଙ୍କୁ ଅବଗତ କରିବା ପାଇଁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି । ଏନେଇ ପୂର୍ବରୁ ନିୟମ ରହିଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରାଯାଉନଥିଲା । ତେବେ ବର୍ତ୍ତମାନ ସିବିଏସଇ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ସବୁ ମହଲରୁ ଏହାକୁ ସ୍ବାଗତ ମଧ୍ୟ କରାଯାଇଛି ।

 

Get real time updates directly on you device, subscribe now.