ବୈଜୟନ୍ତ ପଣ୍ଡା ଦିଲ୍ଲୀର ନିର୍ବାଚନ ପ୍ରଭାରୀ ନିଯୁକ୍ତ: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦୁଇ ନେତାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଳୀ: ନିକଟରେ ହରିୟାଣା ଓ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷିତ ହେବା ସହ ଚଳିତ ସପ୍ତାହରେ ଏହି ଦୁଇ ରାଜ୍ୟରେ ନୂଆ ସରକାର ଗଠନ ହେବ । ଆଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ତା’ର ପ୍ରି-ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହା ମଧ୍ୟରେ ଆଜି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଦୁଇଟି ରାଜ୍ୟ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି ।

ତେବେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ସରିବା ପରେ ଦେଶର ରାଷ୍ଟ୍ରୀୟ ରାଜଧାନୀରେ ନିର୍ବାଚନ ଆରମ୍ଭ ହେବ । ଦିଲ୍ଲୀର ବିଧାନସଭାର ମୋଟ ଆସନ ସଂଖ୍ୟା ୭୦ ରହିଥିବା ବେଳେ ସେଠାରେ ଏବେ ଆମ୍ ଆଦମୀ ପାର୍ଟି (ଆପ) କ୍ଷମତାରେ ରହିଛି । ତେଣୁ ଏଥର ବିଜେପି ଦିଲ୍ଲୀରେ ପଦ୍ମ ଫୁଟାଇବାକୁ ପ୍ରାଣପଣେ ପ୍ରୟାସ କରିବ । ସେଥିପାଇଁ ଦଳ ଦୁଇ ପ୍ରମୁଖ ନେତାଙ୍କୁ ଦିଲ୍ଲୀ ଦାୟିତ୍ୱ ଦେଇଛି । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀର ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ସାଂସଦ ଅତୁଣ ଗର୍ଗଙ୍କୁ ନିର୍ବାଚନ ସହ-ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି । ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଦୁଇ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି । ଏହି ତ୍ୱରିତ ଭାବେ ନିଜର ଦାୟିତ୍ୱ ତୁଲାଇବେ ବୋଲି ଦଳୀୟ ସୂଚନାରୁ ଜଣାପଡ଼ିଛି ।

Get real time updates directly on you device, subscribe now.