୨୯ ହଜାର ଟଙ୍କାର ଦିପାବଳୀ ବୋନସ୍ ପାଇବେ BMC କର୍ମଚାରୀ: ସରକାରୀ କର୍ମଚାରୀଙ୍କୁ ଉପହାର ଦେଲେ ଶିନ୍ଦେ ସରକାର

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ତେବେ ମହାରାଷ୍ଟ୍ରରେ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ସରକାରୀ କର୍ମଚାରୀଙ୍କ ପାଇଁ ଦିପାବଳୀ ବୋନସ୍ ଘୋଷଣା କରିଛନ୍ତି । ବୃହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ଉପହାର ଘୋଷଣା କରିଛନ୍ତି । ଚଳିତ ବର୍ଷର ବୋନସ୍ ଗତବର୍ଷ ଠାରୁ ୩ ହଜାର ଟଙ୍କା ଅଧିକ ରହିଛି । କିଣ୍ଡରଗାର୍ଡନ ଶିକ୍ଷକ ଓ ଆଶା କର୍ମଙ୍କୁ ମଧ୍ୟ ବୋନସ୍ ମିଳିବ ।

ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ରାଜ୍ୟସଭା ସାଂସଦ ରାମଦାସ ଆଠୱଲେଙ୍କ ଅଧ୍ୟକ୍ଷତାରେ ନଗର ମଜଦୁର ସଂଘ ପକ୍ଷରୁ ବିଏମସି କର୍ମଚାରୀଙ୍କ ପାଇଁ ୪୦ ହଜାର ଟଙ୍କାର ଦିପାବଳୀ ବୋନସ୍ ଦାବି କରାଯାଇଥିଲା । କର୍ମଚାରୀଙ୍କୁ ଏକ୍ସ ଗ୍ରାସିଆ ବୋନସ ପ୍ରଦାନ ପାଇଁ ୟୁନିୟନ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ନଗର ନିଗମ ଆୟୁକ୍ତଙ୍କୁ ଅନୁରୋଧ କରାଯାଇଥିଲା । ଗତବର୍ଷ ମୁଖ୍ୟମନ୍ତ୍ରୀ ଶିନ୍ଦେ ନଭେମ୍ବର ୮ରେ ବିଏମସି କର୍ମଚାରୀଙ୍କ ପାଇଁ ୨୬ ହଜାର ଟଙ୍କାର ଦିପାବଳୀ ବୋନସ୍ ଘୋଷଣା କରିଥିଲେ ।

Get real time updates directly on you device, subscribe now.