ପ୍ରେକ୍ଷାଳୟରୁ ହଟିଲା ଅକ୍ଷୟ କୁମାରଙ୍କ ‘ନୋ ସ୍ମୋକିଂ’ ବିଜ୍ଞାପନ; ୬ବର୍ଷ ପରେ ସେନ୍ସର ବୋର୍ଡ ନେଲା ଏହି ବଡ଼ ନିଷ୍ପତ୍ତି

ମୁମ୍ୱାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ମଧ୍ୟ ଫିଲ୍ମ ଜରିଆରେ ନିଜ ଫିଟନେସ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଫିଟ୍ ରହିବା ପାଇଁ ଅଭିନେତା ସବୁବେଳେ ଲୋକଙ୍କୁ ଟିପ୍ସ ଏବଂ ସାମାଜିକ ବାର୍ତ୍ତା ଦେଉଥିବାର ଦେଖିବାକୁ ମିଳୁଛି। ଅକ୍ଷୟଙ୍କ ‘ନୋ ସ୍ମୋକିଂ’ ସମ୍ବନ୍ଧୀୟ ଏକ ବିଜ୍ଞାପନ ମଧ୍ୟ ବେଶ୍ ଲୋକପ୍ରିୟ। ଯାହାକୁ ପ୍ରେକ୍ଷାଳୟରେ ପ୍ରତ୍ୟେକ ଫିଲ୍ମ ରେ ପ୍ରଦର୍ଶିତ କରାଯାଏ । ନିକଟରେ ଏହି ବିଜ୍ଞାପନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।

ସେନ୍ସର ବୋର୍ଡ ଏବେ ଏହି ବିଜ୍ଞାପନକୁ ପ୍ରେକ୍ଷାଳୟରୁ ହଟାଇବାକୁ ନିଷ୍ପତ୍ତି ନେଇଛି। ଅକ୍ଷୟ କୁମାରଙ୍କ ‘ନୋ ସ୍ମୋକିଂ’ ବିଜ୍ଞାପନ ୬ ବର୍ଷ ତଳେ ରିଲିଜ୍ ହୋଇଥିଲା। ଯାହାକୁ ଫିଲ୍ମ ଆରମ୍ଭ ହେବା ପୂର୍ବରୁ ପ୍ରେକ୍ଷାଳୟରେ ପ୍ରଦର୍ଶିତ କରାଯାଏ । ଅକ୍ଷୟଙ୍କ ଏହି ବିଜ୍ଞାପନକୁ ନନ୍ଦୁ ବିଜ୍ଞାପନ ମଧ୍ୟ କୁହାଯାଏ । ଯେଉଁଥିରେ ଅଭିନେତା ସାନିଟାରୀ ପ୍ୟାଡ୍ ର ମହତ୍ତ୍ୱ ବୁଝାଇବା ସହ ଲୋକଙ୍କୁ ଧୂମପାନ ନ କରିବାକୁ ବାର୍ତ୍ତା ଦେଇଥାନ୍ତି । ଏହି ବିଜ୍ଞାପନକୁ ଏବେ ପ୍ରେକ୍ଷାଳୟରୁ ହଟାଇ ଦିଆଯାଇଛି।

ବଲିଉଡ ହଙ୍ଗାମାର ଏକ ରିପୋର୍ଟ ଅନୁଯାୟୀ, ୨୦୨୪ ସେପ୍ଟେମ୍ବରରୁ ଏହି ପରିବର୍ତ୍ତନ କରାଯାଇଛି। ସେହିପରି ରାଜକୁମାର ରାଓଙ୍କ ଫିଲ୍ମ ‘ଭିକି ବିଦ୍ୟା କା ଓ ୱାଲା ଭିଡିଓ’ ରିଲିଜ୍ ହେବା ପରେ ଏଥିରେ ନନ୍ଦୁଙ୍କ ବିଜ୍ଞାପନ ଦେଖାଯାଇନଥିଲା। ଏବେ ତା ବଦଳରେ ଏକ ନୂଆ ବିଜ୍ଞାପନ ଅଣାଯାଇଥିବା କୁହାଯାଉଛି। ତମାଖୁ ଛାଡିବାର ୨୦ ମିନିଟ୍ ମଧ୍ୟରେ ଶରୀରରେ କିପରି ସକାରାତ୍ମକ ପରିବର୍ତ୍ତନ ଆସିଥାଏ ତାହା ଏଥିରେ ବର୍ଣ୍ଣନା କରାଯାଇଛି।

ସେପଟେ ଅକ୍ଷୟ କୁମାରଙ୍କ ବିଜ୍ଞାପନକୁ ହଟାଇବା ପାଇଁ ସେନ୍ସର ବୋର୍ଡ ପକ୍ଷରୁ କୌଣସି କାରଣ ଦିଆଯାଇନାହିଁ । ଅକ୍ଷୟ କୁମାରଙ୍କ ଏହି ବିଜ୍ଞାପନ ୨୦୧୮ ରେ ତାଙ୍କ ଫିଲ୍ମ ‘ଗୋଲ୍ଡ’ ରିଲିଜ ସମୟରେ ଆସିଥିଲା । ଫିଲ୍ମ ‘ପ୍ୟାଡମ୍ୟାନ୍’ର ପ୍ରମୋସନରେ ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲେ। ବିଜ୍ଞାପନରେ କୁହାଯାଇଛି ଯେ ଦୁଇଟି ସିଗାରେଟ୍ କିଣିବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କାରେ ଲୋକମାନେ ନିଜ ପତ୍ନୀଙ୍କ ପାଇଁ ସାନିଟାରି ପ୍ୟାଡ୍ କିଣିପାରିବେ।

Get real time updates directly on you device, subscribe now.